୨୦୧୮ରେ ହିଁ ଆତ୍ମସମର୍ପଣ କରିବେ ସଜ୍ଜନ୍‌ କୁମାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

୨୦୧୮ରେ ହିଁ ଆତ୍ମସମର୍ପଣ କରିବେ ସଜ୍ଜନ୍‌ କୁମାର!

ନୂଆଦିଲ୍ଲୀ: ୧୯୮୪ ଶିଖ୍ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଜ୍ଜନ୍‌ କୁମାର ଆତ୍ମ ସମର୍ପଣରେ ବିଳମ୍ବ ପାଇଁ କରିଥିବା ଆବେଦନକୁ ନାକଚ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଡିସେମ୍ବର ୩୧ ପୂର୍ବରୁ ବା ସେହିଦିନ ହିଁ ତାଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ ବୋଲି ଜଣାଯାଇଛି।

ଗୁରୁବାର ସେ ଆତ୍ମସମର୍ପଣ ଅବଧି ଜାନୁଆରୀ ୩୧ଯାଏ ବୃଦ୍ଧି କରିବାକୁ ଆବେଦନ କରିଥିଲେ। ଏଥିପାଇଁ ସେ କାରଣ ଦର୍ଶାଇଥିଲେ, ତାଙ୍କର ୩ଜଣ ସନ୍ତାନ ଏବଂ ୮ଜଣ ନାତି ନାତୁଣୀ ଅଛନ୍ତି। ସଜ୍ଜନ୍‌ ସେମାନଙ୍କ ସହିତ ସମ୍ପତ୍ତି ଭାଗ ବାଣ୍ଟିବାପାଇଁ ସମୟ ଦରକାର ବୋଲି ଦର୍ଶାଇ ଏହି ଅବଧି ବଢ଼ାଇବାକୁ ଆବେଦନ କରିଥିଲେ।

ସଜ୍ଜନ୍‌ଙ୍କୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଦିଆଯାଇଥିବା ଦଣ୍ଡାଦେଶ ଆଜୀବନ କାରାଦଣ୍ଡ ବିରୋଧରେ ସୁପ୍ରିମ୍‌କୋର୍ଟ ଯିବାପାଇଁ ସମୟ ଦରକାର ବୋଲି ସଜ୍ଜନ୍‌ଙ୍କ ଓକିଲ କହିଛନ୍ତି।

୧୯୮୪ ମସିହା ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀର ରାଜନଗରରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରିବା ସହିତ ଗୋଟିଏ ଗୁରୁଦ୍ୱାର ଜାଳିଦେଇଥିବା ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ରାୟ ଦେଇଥିଲେ।

ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ଦୁଇ ଶିଖ୍‌ ଦେହରକ୍ଷୀ ହତ୍ୟା କରିବାପରେ ସଂଘଟିତ ଶିଖ୍‌ ବିରୋଧୀ ଦଙ୍ଗାରେ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।



from Odisha Reporter http://bit.ly/2A8FPsI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages