ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ

accident

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତ ହାଟଭରଣ୍ଡି ବସ୍‌ଷ୍ଟାଣ୍ଡ ନିକଟରେ।

ମୃତକଙ୍କ ନାଁ ରାମପ୍ରସାଦ ଗଣ୍ଡ। ତାଙ୍କ ଘର ଯୋଡ଼ିଙ୍ଗାରେ। ଆହତଙ୍କ ନାଁ ପ୍ରମିଳା ଗଣ୍ଡ। ତାଙ୍କ ଘର ଦେଓଭରଣ୍ଡି ଗାଁରେ।

ଗତକାଲି ରାତି ପ୍ରାୟ ୮ଟା ବେଳେ ରାମପ୍ରସାଦ ତାଙ୍କ ବାଇକ୍‌ରେ ଦେଓଭରଣ୍ଡି ଭାନୁ ଗଣ୍ଡଙ୍କ ଝିଅ ପ୍ରମିଳାଙ୍କୁ ବସାଇ ଯୋଡ଼ିଙ୍ଗା ଆସୁଥିଲେ। ତେବେ ହାଟଭରଣ୍ଡି ବସ୍‌ଷ୍ଟାଣ୍ଡ ନିକଟରେ ସାମ୍ନା ପଟୁ ଆସୁଥିବା ଟ୍ରାକ୍ଟର ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ହିଁ ରାମପ୍ରସାଦଙ୍କର ମୃତ୍ୟୁ ଘଟିଥିଲା। ପ୍ରମିଳାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପ୍ରଥମେ ହାଟଭରଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

କୁନ୍ଦେଇ ପୁଲିସ୍ ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2SewyWX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages