ଘରେ ଟଏଲେଟ୍‌ ତିଆରି ବେଳେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ଘରେ ଟଏଲେଟ୍‌ ତିଆରି ବେଳେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ଟଏଲେଟ୍‌ ବା ଶୌଚାଳୟ ଯଦି ଠିକ୍‌ ସ୍ଥାନରେ ହୋଇଥାଏ, ତେବେ ଆପଣଙ୍କର କୌଣସି ବାସ୍ତୁଜନିତ ଦୋଷ ରୁହେ ନାହିଁ। ଅଧିକାଂଶ କ୍ଷେତ୍ରରେ ଘରର ସୁଖ, ସମୃଦ୍ଧି ଓ ଶାନ୍ତି ଏହି ଟଏଲେଟ୍‌ର ଅବସ୍ଥିତି ଉପରେ ନିର୍ଭର କରିଥାଏ। ଟଏଲେଟ୍‌ ଉଚିତ୍‌ ସ୍ଥାନରେ ନ ରହିଲେ, ସମସ୍ତ ପ୍ରକାର ଅଶୁଭ ଶକ୍ତି ଘରେ ପ୍ରବେଶ କରିଥା’ନ୍ତି।

ଏବେ ଆସନ୍ତୁ ଜାଣିବା, ଘରେ ଟଏଲେଟ୍‌ର ଦିଗ ଓ ଅବସ୍ଥିତି ସମ୍ପର୍କରେ ବାସ୍ତୁ ଶାସ୍ତ୍ରରେ କ’ଣ ସବୁ ପରାମର୍ଶ ଦିଆଯାଇଛି।

୧. ବାସ୍ତୁ ଶାସ୍ତ୍ର ଅନୁସାରେ, ଆପଣ ଟଏଲେଟ୍‌ ଘରର ଐଶାନ୍ୟ କୋଣରେ ହିଁ ତିଆରି କରନ୍ତୁ। ଘରର ଉତ୍ତର-ପୂର୍ବ କୋଣକୁ ଐଶାନ୍ୟ କୋଣ କୁହଯାଏ। ଏହି କୋଣରେ ଟଏଲେଟ୍‌ ରହିଲେ, କୌଣସି ସମସ୍ୟା ବା ଆର୍ଥିକ ସଙ୍କଟ ଦେଖା ଯାଇ ନ ଥାଏ।

୨. ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଅନ୍ୟ ଦିଗରେ ମଧ୍ୟ ଟଏଲେଟ୍‌ ତିଆରି କରାଯାଇପାରିବ। କିନ୍ତୁ ଟ୍ୟାପ୍‌ ଓ ଶାୱର୍‌ ଉତ୍ତର-ପୂର୍ବ ଦିଗରେ ହିଁ ରହିବା ଉଚିତ୍‌। ତେବେ ଧ୍ୟାନ ଦିଅନ୍ତୁ, ବାଥ୍‌ରୁମ୍‌ର ପାଣି ଉତ୍ତର ପୂର୍ବ ଦିଗ ଆଡ଼କୁ ବୋହୁଥିବା ଉଚିତ୍‌।

୩. ଏହା ସହ ବାଥ୍‌ରୁମ୍‌ରେ ଏକ ଝରକା ଓ ଏକ୍‌ଜିଟ୍‌ ଫ୍ୟାନ୍‌ ରଖିବା ପାଇଁ ସ୍ଥାନ ରଖନ୍ତୁ। ଯଦି ଆପଣ ବାଥ୍‌ରୁମ୍‌ରେ ତେଲ, ସାବୁନ୍ ଓ ଶାମ୍ପୁ ରଖୁଛନ୍ତି, ଏଥିପାଇଁ ଦକ୍ଷିଣ କିମ୍ୱା ପଶ୍ଚିମ ଦିଗରେ କାନ୍ଥରେ ଏକ ଆଲମାରୀ ତିଆରି କରନ୍ତୁ।

୪. ନୀଳ ରଙ୍ଗକୁ ଶୁଭ ବୋଲି କୁହାଯାଏ। ସେଥିପାଇଁ ବାଥ୍‌ରୁମ୍‌ରେ ନୀଳ ରଙ୍ଗର ବାଲ୍‌ଟି ଓ ମଗ ରଖନ୍ତୁ। ଏହାଦ୍ୱାରା ସୁଖ ଓ ସମୃଦ୍ଧି ଆସିଥାଏ।

୫. ବାଥ୍‌ରୁମ୍‌ର କବାଟ ସର୍ବଦା ବନ୍ଦ ରଖନ୍ତୁ। କାରଣ ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥା’ନ୍ତି। ମନେ ରଖନ୍ତୁ, ଆପଣଙ୍କ ବାଥ୍‌ରୁମ୍‌ର କବାଟ ଯେପରି ବେଡ୍‌ରୁମ୍‌ ଆଡ଼କୁ ନ ଖୋଲେ।

୬. ବାଥ୍‌ରୁମ୍‌ ସହ ସଂଯୋଗ ହୋଇଥିବା ପାଣି ଟାଙ୍କି ସର୍ବଦା ସଫା ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ଘରେ ଆର୍ଥିକ ସଙ୍କଟ ରହି ନ ଥାଏ।

୭. ଏହା ସହ ଯଦି ଆପଣ ବାଥ୍‌ରୁମ୍‌ରେ ଗୋଟିଏ ଲୁଣ ଭର୍ତ୍ତି ପାତ୍ର ରଖିବେ, ତେବେ ଆପଣଙ୍କ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବ ବୋଲି କୁହାଯାଇଛି।



from Odisha Reporter https://ift.tt/2Rucj7a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages