ଭୋଟ ଲାଳସା ଛାଡ଼ି ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡିଆଙ୍କ ସ୍ୱାର୍ଥ ଦେଖନ୍ତୁ: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଭୋଟ ଲାଳସା ଛାଡ଼ି ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡିଆଙ୍କ ସ୍ୱାର୍ଥ ଦେଖନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଓଡିଶା ରିପୋର୍ଟର)-ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତର ଅବ୍ୟବହିତ ପୂର୍ବରୁ ପ୍ରବାସୀ ଓଡ଼ିଆ ବିଶେଷ ଭାବରେ ଶ୍ରମଜୀଵୀମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ତୁରନ୍ତ ଲାଗୁକରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ସବୁଠୁ ଅଧିକ ଲୋକ ଶ୍ରମିକ ଭାବେ ସେଠାରେ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଅହଂକାର ଛାଡି ସୁରଟ ସମେତ ଦେଶ ତମାମ କାମ କରୁଥିବା ଶ୍ରମଜୀଵୀ ଓଡ଼ିଆଙ୍କ ମାଗଣା ସ୍ୱାସ୍ଥ୍ୟସେବା କଥା ଚିନ୍ତା କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୋଟ ଲାଳସା ଛାଡ଼ନ୍ତୁ, ସୁରଟ ତଥା ପ୍ରବାସୀ ଓଡ଼ିଆଙ୍କ ସ୍ୱାର୍ଥ ଦେଖନ୍ତୁ ବୋଲି ସେ କହିଛନ୍ତି।

ସୋଶାଲ ମିଡିଆରେ ଶ୍ରୀ ପ୍ରଧାନ ଉଲ୍ଳେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କର ୧୯ ବର୍ଷ ଦୀର୍ଘ ଶାସନ କାଳରେ ସୁରଟ ଯିବା ପାଇଁ ସମୟ କାଢ଼ିଲେ ନାହିଁ। ସୁରଟକୁ କେବଳ ଭୋଟ ଲାଳସାରେ ନଯାଇ ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ମଡେଲକୁ ବୁଝନ୍ତୁ। ରାଜ୍ୟରେ ଯୁବପିଢ଼ିଙ୍କ ପାଇଁ ରୋଜଗାର ସୃଷ୍ଟି ପାଇଁ କାହିଁକି ଠୋସ୍ ବ୍ୟବସ୍ଥା ହୋଇପାରିନି ସେଠାରୁ ତାହା ଆକଳନ କରନ୍ତୁ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, “ସୁରଟ ଗସ୍ତର ଅବ୍ୟବହିତ ପୂର୍ବରୁ ସୁରଟ ସହ ଟ୍ରେନ୍ ତଥା ବିମାନ ଯୋଗାଯୋଗ ପାଇଁ ମୁଖ୍ୟମନ୍ତ୍ରୀ ପତ୍ର ଲେଖିଛନ୍ତି। ସୁରଟରେ ଥିବା ଓଡ଼ିଆମାନଙ୍କ ପାଇଁ ଯାତାୟାତର ସୁବିଧା ତିଆରି କରିବା ପାଇଁ ସେ ଆଗ୍ରହୀ ଥିବା ଏହି ପତ୍ର ମାଧ୍ୟମରେ ବାର୍ତ୍ତା ଦେବାକୁ ଚାହିଁଛନ୍ତି। ସୁରଟ ଯିବାର ଅବ୍ୟବହିତ ପୂର୍ବରୁ ସୁରଟରେ ରହୁଥିବା ଓଡ଼ିଆ ଲୋକମାନଙ୍କ ପାଇଁ ଆନ୍ତରିକତା ନା ଏକ ଲୋକ ଦେଖାଣିଆ ବାର୍ତ୍ତା ଦେବାକୁ ପ୍ରୟାସ ଏହା ଓଡ଼ିଆ ଲୋକମାନେ ହିଁ ବିଚାର କରିବେ।ମାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯଦି ସୁରଟରେ ରହିଥିବା ଲକ୍ଷ୍ୟ ଲକ୍ଷ୍ୟ କର୍ମଜୀବି ଓଡ଼ିଆମାନଙ୍କ ପ୍ରତି ସାମାନ୍ୟତମ ସମ୍ବେଦନଶୀଳତା ଅଛି ତାହାହେଲେ ସୁରଟ ଗସ୍ତରେ ଯିବା ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେବା ସହ ଏହାର ବିଧିବଦ୍ଧ ଘୋଷଣା କରି ଯିବା ପାଇଁ ବିନମ୍ର ନିବେଦନ କରୁଛି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସୁରଟରେ ବିଶେଷ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ପାଖାପାଖି ୧୨ଲକ୍ଷରୁ ଅଧିକ ଲୋକ ନିଜର ଜୀବନ ଜୀବିକା ପାଇଁ ବସବାସ କରୁଛନ୍ତି। ଯଦି ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବ, ତାହାହେଲେ ସୁରଟ ସମେତ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଆଦି ବାହାର ରାଜ୍ୟରେ ଥିବା ଓଡ଼ିଆ ଲୋକମାନଙ୍କର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜଟିଳ ରୋଗର ମାଗଣାରେ ଚିକିତ୍ସା କରାଯାଇପାରିବ।

ଓଡ଼ିଶା ଓ ଗଞ୍ଜାମ ଜିଲ୍ଲାରେ ଅପାର ଅର୍ଥନୀତିକ ସମ୍ଭାବନା ସହ ଦେଶର ସବୁଠୁ ପରିଶ୍ରମୀ ମାନବ ସମ୍ବଳ ରହିଛି। ସେଥିପାଇଁ ଓଡ଼ିଆ ଲୋକମାନେ ସାରା ଦେଶରେ ନିଜର ପରିଶ୍ରମ ମାଧ୍ୟମରେ ସେହି ରାଜ୍ୟଗୁଡ଼ିକର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ରାଜ୍ୟରେ ୧୯ ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସରକାର ପ୍ରବଳ ଜନ ଆଶୀର୍ବାଦ ସହ ସରକାର ଚଲାଉଛି ବୋଲି ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ବାରମ୍ବାର ଦମ୍ଭ ପ୍ରକାଶ କରୁଛି। ସୁରଟ ସମେତ ବାହାର ରାଜ୍ୟରେ ଜୀବନଜୀବିକା ପାଇଁ ଓଡ଼ିଶା ଛାଡ଼ୁଥିବା ଏହି ଲୋକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ପାଇଁ କାହିଁକି ରାଜ୍ୟସରକାର ବିଫଳ ହୋଇଛି ଏହା ସାଧାରଣ ଓଡ଼ିଆ ଆଜି ଜବାବ ମାଗୁଛି ବୋଲି ଶ୍ରୀ ପ୍ରଧାନ ତାଙ୍କ ପୋଷ୍ଟରେ ଉଲ୍ଳେଖ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଓଡ଼ିଆ ଯୁବପିଢ଼ି ପାଇଁ ପେଟ୍ରୋକେମିକାଲ୍ ଶିଳ୍ପର ପେଣ୍ଠସ୍ଥଳୀ ଆମ ରାଜ୍ୟକୁ କରିବା ପାଇଁ ନିଷ୍ଠାପର ଉଦ୍ୟମରେ ମୁଖ୍ୟମନ୍ତ୍ରୀ କାହିଁକି ସହଯୋଗୀ ହେଉନାହାଁନ୍ତି? ସୁରଟ ଗସ୍ତ କାଳରେ ଗୁଜରାଟରେ ମୋଦି ସୃଷ୍ଟି କରିଥିବା ଅର୍ଥନୈତିକ ବିକାଶର ଇକୋ ସିଷ୍ଟମକୁ ଦେଖିବେ ଓ ବୁଝିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବ୍ୟବସାୟିକ ବାତାବରଣ ଯେତେ ଭଲ ହେବ ଲୋକମାନଙ୍କ ପାଇଁ ରୋଜଗାର ସୁଯୋଗ ସେତେ ବଢିବ। ମୋଦିଙ୍କର ଏହି ଦୂରଦୃଷ୍ଟି ସମ୍ପନ୍ନ ଜନହିତକର ବ୍ୟବସ୍ଥାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେଠାରେ ଅନୁଭବ କରନ୍ତୁ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2EoUe6T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages