ମାଇଗ୍ରେନ୍‌ ରୋଗୀ କେଉଁ ସବୁ ଖାଦ୍ୟ ଖାଇବା ଉଚିତ୍‌ ଓ ଅନୁଚିତ୍‌, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ମାଇଗ୍ରେନ୍‌ ରୋଗୀ କେଉଁ ସବୁ ଖାଦ୍ୟ ଖାଇବା ଉଚିତ୍‌ ଓ ଅନୁଚିତ୍‌, ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ମାଇଗ୍ରେନ୍‌ ଏକପ୍ରକାରର ମୁଣ୍ଡବିନ୍ଧା ରୋଗ ଯାହା ହାଲ୍‌କା ବିନ୍ଧାରୁ ଆରମ୍ଭ ହୋଇ ନିୟମିତ ହୋଇଥାଏ ଏବଂ ଜୋର୍‌ରେ ବିନ୍ଧିଥାଏ।
ବେଳେ ବେଳେ ଏହା ୪ ଘଣ୍ଟାରୁ ଆରମ୍ଭ କରି ୭୨ ଘଣ୍ଟା ପର୍ଯ୍ୟନ୍ତ ଲାଗିରହେ। ଏଥିରେ ମୁଣ୍ଡର ପଛପଟ ବେକ ପାଖରୁ ଆରମ୍ଭ କରି ଅଧାଫାଳ ମୁଣ୍ଡ ଭୟଙ୍କର ଭାବେ ବିନ୍ଧିଥାଏ। ବେଳେ ବେଳେ ପୂରା ମୁଣ୍ଡ ବିନ୍ଧିବା ସହ ବାନ୍ତି ମଧ୍ୟ ଲାଗିଥାଏ।
ମାଇଗ୍ରେନ୍‌ କୌଣସି ବି ବୟସରେ ହୋଇପାରେ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ନିୟମିତ ଖାଦ୍ୟପେୟ ଉପରେ ଧ୍ୟାନ ଦେଇପାରୁ ନାହୁଁ। ଏଥିସହ ଅନେକ ପ୍ରକାର ଦୁଶ୍ଚିନ୍ତାରେ ଘାରି ହେଇଥାଉ। ତେଣୁ ଏହାର ପରିଣାମ ସ୍ୱରୂପ ଏପରି ଅନେକ ମାନସିକ ରୋଗ ହୋଇଥାଏ। ମାଇଗ୍ରେନ୍‌ ସମସ୍ୟା ଉପୁଜିଲେ ଆଖି ଉପରେ କୁପ୍ରଭାବ ପଡ଼ିଥାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦିଏ। ସାଧାରଣତଃ ଦୁଇ ପ୍ରକାରର ମାଇଗ୍ରେନ୍‌ ହୋଇଥାଏ। ଗୋଟିଏ ଫ୍ରଣ୍ଟାଲ୍‌ ମାଇଗ୍ରେନ୍‌ ଓ ଅନ୍ୟଟି ବ୍ୟାକ୍‌ ମାଇଗ୍ରେନ୍‌। ଫ୍ରଣ୍ଟାଲ୍‌ ମାଇଗ୍ରେନ୍‌ ଆଖିର ଆଖପାଖ ସ୍ଥାନରେ ହେଉଥିବାବେଳେ ବ୍ୟାକ୍‌ ମାଇଗ୍ରେନ୍‌ ମୁଣ୍ଡର ପଛ ପାର୍ଶ୍ୱରେ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଜଣେ ମାଇଗ୍ରେନ୍‌ ରୋଗୀକୁ କେଉଁ ସବୁ ଖାଦ୍ୟ ଖାଇବା ଉଚିତ୍‌।

୧- ଫଳ ଜୁସ୍‌, ଚକୋଲେଟ୍‌ ଓ ଚିନି ଅଧିକ ମାତ୍ରାରେ ସେବନ କାରଣରୁ ମଧ୍ୟ ଫ୍ରଣ୍ଟାଲ ମାଇଗ୍ରେନ୍‌ ସମସ୍ୟା ହୋଇପାରେ। ସେହିପରି ଶରୀରରେ ଅଧିକ ମାତ୍ରାରେ ପ୍ରୋଟିନ୍‌ ରହିଲେ ବ୍ୟାକ୍‌ ମାଇଗ୍ରେନ୍‌ ହୋଇପାରେ।
୨- ତେଣୁ ଫ୍ରଣ୍ଟାଲ୍‌ ମାଇଗ୍ରେନ୍‌ ରୋଗୀ ରନ୍ଧା କିମ୍ବା ସିଝା ଯାଇଥିବା ଖାଦ୍ୟ ଖାଇବା ଉଚିତ। ଫଳ, କଞ୍ଚା ପନିପରିବା ଏବଂ ଜୁସ୍‌ଠାରୁ ଏମାନେ ଦୂରେଇ ରହିବା ଉଚିତ। ଆପଣଙ୍କର ଅଧିକ ଅଣ୍ଡା ଓ ଲୁଣ ଖାଇବାର ଅଭ୍ୟାସ ଥିଲେ, ଆପଣଙ୍କୁ ବ୍ୟାକ୍‌ ମାଇଗ୍ରେନ୍‌ ସମସ୍ୟା ହୋଇପାରେ।

୩- ମାଇଗ୍ରେନ୍‌ ରୋଗୀ ଅଧିକ ମାତ୍ରାରେ ସୁପ୍‌, ଲେମ୍ବୁ ପାଣି, ପଇଡ଼ ପାଣି, ଲସି ଭଳି ତରଳ ପଦାର୍ଥ ସେବନ କରିବା ଉଚିତ। ଏଥିସହ ଚା’ କଫି, କୋଲ୍ଡ ଡ୍ରିଙ୍କସ୍‌ ଭଳି ପାନୀୟଠାରୁ ଦୂରେଇ ରହିବା ଉଚିତ।
୪- ମଦ୍ୟପାନ, ଚକୋଲେଟ୍‌, ତେଲଛଣା ଖାଦ୍ୟ ଏବଂ ଉପବାସ ରହିଲେ ମାଇଗ୍ରେନ୍‌ ସମସ୍ୟା ବଢ଼ିପାରେ। ଅଧିକ ଲୁଣଯୁକ୍ତ ଖାଦ୍ୟ, ପ୍ରୋସେସ୍‌ଡ ମିଟ୍‌ ମାଇଗ୍ରେନ୍‌ ସମସ୍ୟା ବୃଦ୍ଧି କରିପାରେ।
ତେଣୁ ଏସବୁ ଖାଦ୍ୟଠାରୁ ନିବୃତ୍ତ ରୁହନ୍ତୁ।



from Odisha Reporter http://bit.ly/2VkJKLZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages