ଶାହାରୁଖ୍‌ ଓ କାଜୋଲ୍‌ଙ୍କୁ ଭେଟିବାକୁ ଆସି ଜେଲ୍‌ରେ ଥିବା ଅବ୍‌ଦୁଲ୍ଲାଙ୍କୁ ମିଳିଲା ମୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଶାହାରୁଖ୍‌ ଓ କାଜୋଲ୍‌ଙ୍କୁ ଭେଟିବାକୁ ଆସି ଜେଲ୍‌ରେ ଥିବା ଅବ୍‌ଦୁଲ୍ଲାଙ୍କୁ ମିଳିଲା ମୁକ୍ତି

ମୁମ୍ବାଇ: କୁହାଯାଏ, କଳାକାର ଓ ଦର୍ଶକଙ୍କ ମଧ୍ୟରେ ସମ୍ପର୍କ ଅନ୍ୟଠାରୁ ସ୍ୱତନ୍ତ୍ର। ନିଜ ମନ ପସନ୍ଦର ଅଭିନେତା-ଅଭିନେତ୍ରୀଙ୍କ ପାଇଁ ଫ୍ୟାନ୍‌ମାନେ କେତେ ଯେ ପାଗଳାମି କରନ୍ତି, ତାହା ନ କହିବା ଭଲ। ଏମିତି କିଛି ପାଗଳାମି କରି ଜେଲ୍‌ ଯାଇଥିବା ଜଣେ ୨୨ ବର୍ଷୀୟ ପାକିସ୍ତାନୀ ଯୁବକ ଏବେ ନିଜ ଦେଶକୁ ଫେରିଛନ୍ତି।

ପ୍ରକୃତ ଘଟଣାକି ଏହିପରି । ପାକିସ୍ତାନ୍‌ ପଖ୍‌ତୁନ୍‌ଖ୍ୱା ପ୍ରଦେଶ ସ୍ୱାତ୍‌ ଜିଲ୍ଲାର ଅବ୍‌ଦୁଲା ନାମକ ଜଣେ ଯୁବକ ନିଜ ପ୍ରିୟ ବଲିଉଡ୍‌ କଳକାର ଶାହାରୁଖ୍‌ ଓ କାଜୋଲ୍‌ଙ୍କୁ ଭେଟିବା ପାଇଁ ବେଆଇନ୍‌ ଭାବେ ପାକିସ୍ତାନ୍‌ ସୀମା ଅତିକ୍ରମ କରି ଭାରତ ଆସିଥିଲେ। ତେବେ ସେ ସୀମା ପାର୍‌ କରୁଥିବାବେଳେ ଭାରତୀୟ ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରି ନେଇଥିଲେ। ଅବ୍‌ଦୁଲ୍ଲା ୨୦୧୭ ମେ ୨୫ରେ ଗିରଫ ହୋଇଥିଲେ।

ସେବେଠାରୁ ଅବ୍‌ଦୁଲ୍ଲା ଭାରତୀୟ ଜେଲ୍‌ରେ ପ୍ରାୟ ୧୯ ମାସ କାଟିବା ପରେ ଦିଲ୍ଲୀସ୍ଥିତ ପାକିସ୍ତାନ୍‌ ହାଇକମିଶନ୍‌ଙ୍କ ଦ୍ୱାରା ଜାରି ହୋଇଥିବା ଆପତ୍ତକାଳୀନ ଯାତ୍ରା ପ୍ରମାଣପତ୍ର ସହ ବୁଧବାର ପାକିସ୍ତାନ ଫେରିଛନ୍ତି।

ଅବ୍‌ଦୁଲ୍ଲା ସ୍ୱଦେଶରେ ପହଞ୍ଚିବା ପରେ ପରିବାପ ଲୋକେ ତାଙ୍କୁ ଖୁସିର ସହ ସ୍ୱାଗତ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମକୁ ଅବ୍‌ଦୁଲ୍ଲା କହିଛନ୍ତି ଯେ, ‘‘ମୁଁ ଶାହାରୁଖ୍‌ ଓ କାଜୋଲ୍‌ଙ୍କ ଜଣେ ବଡ଼ ପ୍ରଶଂସକ। ସେମାନଙ୍କୁ ସାକ୍ଷାତ କରିବା ପାଇଁ ବେଆଇନ୍‌ ଭାବେ ସୀମା ପାର୍‌ କରିଥିବାରୁ ମୋତେ ଭାରତୀୟ ସୁରକ୍ଷାକର୍ମୀ ଗିରଫ କରି ନେଇଥିଲେ। ଏହା ପରେ ମୋତେ ଅମ୍ରିତଶର୍‌ କେନ୍ଦ୍ରୀୟ ଜେଲ୍‌କୁ ପଠା ଦିଆଯାଇଥିଲା।’’

ସେ ଆହୁରି କହିଛନ୍ତି,‘‘ମୁଁ ଶାହାରୁଖ୍‌ ଓ କାଜୋଲ୍‌ଙ୍କୁ ସାକ୍ଷାତ କରିବା ପାଇଁ ଜେଲ୍‌ ଅଧିକାରୀଙ୍କ ଜରିଆରେ ଭାରତ ସରକାରଙ୍କୁ ଚିଠି ଲେଖିଥିଲି। କିନ୍ତୁ ମୋତେ କୌଣସି ଜବାବ ଆସି ନ ଥିଲା।’’ ତେବେ ଅବ୍‌ଦୁଲା ଅନ୍ୟ ପାକିସ୍ତାନୀମାନଙ୍କୁ ଭାରତରେ ବେଆଇନ୍‌ ପ୍ରବେଶ୍‌ ନ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି।



from Odisha Reporter http://bit.ly/2Qc4OAA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages