ଦ୍ୱିତୀୟ ଟେଷ୍ଟ ବି ଖେଳି ପାରିବେନି ପୃଥ୍ଵୀ ଶ’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଦ୍ୱିତୀୟ ଟେଷ୍ଟ ବି ଖେଳି ପାରିବେନି ପୃଥ୍ଵୀ ଶ’!

ଏଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଖରାପ ଖବର ଆସିଛି। ଆହତ ହୋଇଥିବା ଯୋଗୁ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିବା ୧୯ ବର୍ଷୀୟ ବିସ୍ମୟ ବ୍ୟାଟସ୍‌ମ୍ୟାନ୍‌ ପୃଥ୍ୱୀ ଶ’ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳି ପାରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏକଥାକୁ ଖୋଦ୍‌ ଟିମ୍‌ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଶ’ଙ୍କ ଭଳି ଜଣେ ତାରକା ଖେଳାଳି ଆହତ ହୋଇ ଟିମ୍‌ରୁ ବାଦ୍‌ ପଡ଼ିବା ନିଶ୍ଚିତ ଦୁଃଖର ବିଷୟ। ତେବେ ସେ ଶୀଘ୍ର ସୁସ୍ଥ ହେଉଥିବା ଏକ ଭଲ ସଂକେତ। ତାଙ୍କ ଗୋଇଠିରେ ଆଘାତ ଲାଗିଥିଲେ ହେଁ ସେ ଚାଲିବା ଆରମ୍ଭ କଲେଣି। ଆଶା କରୁଛୁ ଆସନ୍ତା ସପ୍ତାହ ସୁଦ୍ଧା ସେ ଦୌଡ଼ିବା ଆରମ୍ଭ କରିବେ। ତୃତୀୟ ଟେଷ୍ଟ ବେଳକୁ ସେ ପୂରା ଫିଟ୍‌ ହୋଇଯାଇଥିବେ ବୋଲି ଶାସ୍ତ୍ରୀ କହିଛନ୍ତି।

ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳୁଥିବା ବେଳେ ଶ’ ଗୋଟିଏ କ୍ୟାଚ୍‌ ଧରିବାକୁ ଯାଇ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ବାମ ଗୋଡ଼ର ଗୋଇଠିରେ ଗୁରୁତର ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ପ୍ରଥମ ଟେଷ୍ଟରୁ ବାଦ ଦିଆଯାଇଥିଲା, ସମସ୍ତେ ଆଶା କରିଥିଲେ ଶ’ ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ୍‌ରେ କମ୍‌ବ୍ୟାକ୍‌ କରିବେ। କିନ୍ତୁ ଶାସ୍ତ୍ରୀଙ୍କ ବୟାନ ଏବେ ସବୁ ଆଶାରେ ପାଣି ପକାଇ ଦେଇଛି।



from Odisha Reporter https://ift.tt/2rnZbFr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages