ପ୍ରଶ୍ନବାଣ ରାଜନୀତି: ମୋଦି ପଚାରିଥିଲେ ୮, ନବୀନ ପଚାରିଲେ ୯, ଧର୍ମେନ୍ଦ୍ର ବି ଛାଡ଼ିଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ପ୍ରଶ୍ନବାଣ ରାଜନୀତି: ମୋଦି ପଚାରିଥିଲେ ୮, ନବୀନ ପଚାରିଲେ ୯, ଧର୍ମେନ୍ଦ୍ର ବି ଛାଡ଼ିଲେନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନୀ ବର୍ଷରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ବିଜେଡି ମୁଖ୍ୟ ପ୍ରସଙ୍ଗ କରିବ। ଆଜି ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍କେତ ଦେଇଛନ୍ତି। ଏହାସହିତ ଓଡ଼ିଶା ପ୍ରତି ଅବହେଳାର ୯ଟି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରିଥିଲେ। ତେବେ ଦୁଇ ଦିନ ପୂର୍ବରୁ ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଟାଗେର୍ଟ କରି ପଚାରିଥିବା ୮ଟି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ନବୀନ ଓଲଟା କେନ୍ଦ୍ର ସରକାରଙ୍କ ଅବହେଳାର ୯ଟି ପ୍ରସଙ୍ଗ ଉତଥାପନ କରିଛନ୍ତି। ଏହି ୯ଟି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସଫଳତା ବୋଲି କଟାକ୍ଷି କରିବା ସହ ଘରେ ଘରେ ପହଞ୍ଚାଇବାକୁ ଆହ୍ବାନ କରିଥିଲେ। ଏସବୁ ପ୍ରଶ୍ନର ଜବାବ ଓଡ଼ିଶା ମାଗୁଛି ବୋଲି ନବୀନ କହିଛନ୍ତି। ଏହା ବ୍ୟତୀତ ପ୍ରଥମଥର ପାଇଁ ଓଡ଼ିଶାକୁ ଆର୍ଥିକ ସ୍ବତନ୍ତ୍ରତା ଭଳି ନୂଆ ଦାବି ନବୀନ ଉଠାଇଛନ୍ତି।

ନବୀନ ଭାଷାରେ କେନ୍ଦ୍ର ସରକାରଙ୍କ ୯ଟି ବିଫଳତା ହେଲା..

୧. ରାଜପଥ: ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ, କୋଷ୍ଟାଲ ହାଇୱେ କେବେ ହେବ?
୨. ଟେଲିକମ୍: ଗଛ ଉପରେ ଚଢ଼ିଲେ ଆସୁଛି ନେଟୱର୍କ, କେବେ ଗାଁରେ ପହଞ୍ଚିବ ଟେଲିକମ ନେଟୱର୍କ ?
୩. ରେଲବାଇ: ରେଳବାଇରେ ଉନ୍ନତି କେବଳ ପ୍ଲାଟଫର୍ମ ଟିକେଟ ଆସିଛି। ଟିକେଟ ଦର ବୃଦ୍ଧି ପାଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳବାଇ ଇତିହାସରେ ରହିଲା ଭଳି ଲାଗୁଛି।
୪. ବ୍ୟାଙ୍କିଂ: ବ୍ୟାଙ୍କ ସୁବିଧା ନାହିଁ।
୫. କୋଇଲା ନିଲାମ: କୋଇଲା ବ୍ଲକ୍ ନିଲାମ ହେଲେ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି କହିଥିଲେ। ହେଲେ ୩ ବର୍ଷରେ ମାତ୍ର ୩୭୦ କୋଟି ଟଙ୍କା ମିଳିଛି।
୬. ଚାଷ: ଚାଷୀଙ୍କୁ ଠିକ୍ ସମୟରେ କ୍ଷତିପୂରଣ ମିଳିଲାନି। ଉଚିତ ମୂଲ୍ୟ ମିଳିଲାନି। ବେସରକାରୀ ବୀମା କମ୍ପାନୀ ଲାଭବାନ ହେଲେ।
୭. ଇସ୍ତାହାର: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଏମ୍‌ଏସ୍‌ପି, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କିଛି ହେଲାନାହିଁ। ସାଢ଼େ ୪ ବର୍ଷ ବିତିଗଲାଣି।
୮. ଏସ୍‌ସି ଏସ୍‌ଟି ବିକାଶ: ଆଦିବାସୀ ଅଂଚଳର ବିକାଶ ପାଇଁ ଟଙ୍କା ବନ୍ଦ କରିଦେଲେ। ଗରିବ ଏସ୍‌ସିଏସ୍‌ଟି ଛାତ୍ରଛାତ୍ରୀଙ୍କ ବୃତ୍ତି ଅର୍ଥ ମଧ୍ୟ ଦେଲେନାହିଁ।
୯. ଉଜ୍ଜ୍ୱଳା: ବହୁତ ପ୍ରଚାର ହେଉଛି। ସବୁଆଡ଼େ ବଡ଼ବଡ଼ ହୋର୍ଡିଂ ଲାଗିଛି। ୪୦ ଲକ୍ଷ ମହିଳାଙ୍କୁ ଗ୍ୟାସ୍‌ କନେକ୍ସନ ଦିଆଗଲା ବୋଲି କୁହାଗଲା, ହେଲେ କେତେଜଣ ରିଫିଲ୍‌ କଲେ? ଗ୍ୟାସ୍‌ ଦର କେତେ ଆପଣମାନେ ଜାଣନ୍ତି।

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କିମ୍ବା ସ୍ପେଶାଲ ପ୍ୟାକେଜ ଓଡ଼ିଶା ଚାହୁଁନି, କେନ୍ଦ୍ର ସରକାର ଓଡ଼ିଶାକୁ କେବଳ ‘ଆର୍ଥିକ ସ୍ୱାତନ୍ତ୍ରତା’ ବା ‘ଫାଇନାନ୍‌ସିଆଲ୍ ଅଟୋନୋମି’ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଥିଲେ। ଏହି ସମାରୋହରେ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଉତ୍ତରରେ ଓଲଟେଇ ପ୍ରଶ୍ନ ପଚାରିଲେ ଧର୍ମେନ୍ଦ୍ର

ଅପରପକ୍ଷରେ ନବୀନଙ୍କ ପ୍ରଶ୍ନର ଉତ୍ତର ସମାନ ଢଙ୍ଗରେ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି- ‘‘ଖୋର୍ଦ୍ଧା-ବଲାଙ୍ଗୀର ପାଇଁ ମାଗଣା ଜମି ଦିଆଯାଇଥିବା କୁହାଯାଉଛି। ମାତ୍ର କେତେ ଜମି ଅଧିଗ୍ରହଣ କରାଯାଇଛି? ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ। ସେହିପରି ଆଜି ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ଇଞ୍ଚେ ହେଲେ ଜମି ଦିଆଯାଇ ନାହିଁ। ହରିଦାସପୁର-ପାରାଦୀପ ରେଳ ଲାଇନ୍‌ର ମଧ୍ୟ ସମାନ ଅବସ୍ଥା।”

ଧର୍ମେନ୍ଦ୍ର ଆହୁରି କହିଛନ୍ତି- “ଆଜି ମୁଖ୍ୟମନ୍ତ୍ରୀ ୩୩% ମହିଳା ସଂରକ୍ଷଣ କଥା କହୁଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ କେତେ ମହିଳା-ମନ୍ତ୍ରୀ ସ୍ଥାନ ପାଇଛନ୍ତି? ତାହାର ଉତ୍ତର ନବୀନବାବୁ ଦେବେ କି? ନାରୀ ସୁରକ୍ଷା ନେଇ ବହୁ ପ୍ରଚାର କରାଯାଉଛି। ମାତ୍ର ଆଜି ପର୍ଯ୍ୟନ୍ତ କୁନ୍ଦୁଲି ପୀଡ଼ିତାଙ୍କ ପରିବାର ଓ ଗୁମୁଡ଼ୁମାହ ମହିଳା ଶିଶୁଙ୍କ ଆଖିରୁ ଲୁହ ଶୁଖୁନି। ମହିଳାମାନଙ୍କ ପାଇଁ ନବୀନବାବୁ ଆଉ କୁମ୍ଭୀର କାନ୍ଦଣା କାନ୍ଦନ୍ତୁନି। ବିଗତ ୨ ମାସ ଭିତରେ ତେଲ ଦର ୨୦ ଟଙ୍କା କମିଲାଣି। କିନ୍ତୁ ଆପଣ ଟିକସ କମାଉନଥିବାରୁ ଆପଣଙ୍କ ରାଜ୍ୟରେ କମିପାରୁନି। ଯଦି ସତ୍‌ସାହସ ଅଛି, ତାହେଲେ ବିତର୍କ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଜଣାଉଛି। ଦେଶରେ ୬ କୋଟି ମହିଳାଙ୍କ ଘରେ ଉଜ୍ଜ୍ୱଳା ପହଞ୍ଚାଇଛୁ। ଚିଟ୍‌ଫଣ୍ଡ, ପିସି ଓ ଭ୍ରଷ୍ଟାଚାର ଦାନବକୁ ଦାନା କିଏ ଦେଉଛି? ତାହାର ଉତ୍ତର ନବୀନ ବାବୁ ଦିଅନ୍ତୁ।”



from Odisha Reporter http://bit.ly/2RlEW9O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages