ହକି ବିଶ୍ୱକପ୍‌: ଆୟର୍ଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରୁ ବିଦା କଲା ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ହକି ବିଶ୍ୱକପ୍‌: ଆୟର୍ଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରୁ ବିଦା କଲା ଇଂଲଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ହକି ବିଶ୍ୱକପ୍‌ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରତିପକ୍ଷ ଆୟର୍ଲ୍ୟାଣ୍ଡକୁ ୪-୨ ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିଛି। ଏଥିସହ ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍‌ ପାଇଁ ଏବେ କ୍ରସ ଓଭର ମ୍ୟାଚ୍‌ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଇଂଲଣ୍ଡର ଏହି ବିଜୟ ସହ ପୁଲ ବିରେ ଥିବା ଚୀନ୍‌କୁ ମଧ୍ୟ କ୍ୱାର୍ଟର ଫାଇନାଲ୍‌ ଖେଳିବାର ଆଉ ଏକ ସୁଯୋଗ ମିଳିଛି।

ପୁଲ୍‌ ବି’ରେ ଅଷ୍ଟ୍ରେଲିଆ ଟପ୍‌ରେ ଥିବା ବେଳେ ଇଂଲଣ୍ଡ ଏବଂ ଚୀନ୍‌ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ତେଣୁ ୪ର୍ଥ ସ୍ଥାନରେ ଥିବା ଆୟର୍ଲ୍ୟାଣ୍ଡର ହକି ବିଶ୍ୱକପ୍‌ ଅଭିଯାନ ଶେଷ ହୋଇଛି।
ଚୀନ୍‌ ଆଜି ଅଷ୍ଟ୍ରେଲିଆ ସହ ଖେଳିଥିଲେ ହେଁ ୧୧-୦ ଗୋଲ୍‌ରେ ପରାସ୍ତ ହୋଇଛି। ତଥାପି ଦଳ ତୃତୀୟ ସ୍ଥାନରେ ରହିଥିବାରୁ ଏବେ କ୍ରସ ଓଭର ମ୍ୟାଚ୍‌ ଖେଳିବ।
ଆଜିର ମ୍ୟାଚ୍‌ଟି ଉଭୟ ଇଂଲଣ୍ଡ ଏବଂ ଆୟର୍ଲ୍ୟାଣ୍ଡ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଥିଲା। ମ୍ୟାଚ୍‌ ଆରମ୍ଭରୁ ଇଂଲଣ୍ଡ ଜବରଦସ୍ତ ପ୍ରଦର୍ଶନ କରିଥିଲା। ପ୍ରଥମ କ୍ୱାର୍ଟରର ଶେଷ ମିନିଟ୍‌ ଅର୍ଥାତ ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଇଂଲଣ୍ଡ ପକ୍ଷରୁ କୋଡୋନ ‍ଫିଲ୍ଡ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ହାଫ୍‌ଟାଇମ୍‌ ପର୍ଯ୍ୟନ୍ତ ଇଂଲଣ୍ଡ ୧-୦ରେ ଆଗୁଆ ରହିଥିଲା। କିନ୍ତୁ ତୃତୀୟ କ୍ୱାର୍ଟରରେ ଗୋଲର ବର୍ଷା ଦେଖିବାକୁ ମିଳିଥିଲା।

ମ୍ୟାଚ୍‌ର ୩୫ତମ ମିନିଟ୍‌ରେ ଆୟର୍ଲ୍ୟାଣ୍ଡ ପକ୍ଷରୁ କାରଗା ଗୋଲ ସ୍କୋର କରି ସ୍ଥିତି ୧-୧ରେ ବରାବର କରିଥିଲେ। ତେବେ ଇଂଲଣ୍ଡ ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ଗୋଲ ସ୍କୋର କରି ପୁଣି ୨-୧ରେ ଅଗ୍ରଣୀ ହାସଲ କରିନେଇଥିଲା।

୩୭ ମିନିଟ୍‌ର ସମୟ ଶେଷ ହେବା ଆଗରୁ ଆୟର୍ଲ୍ୟାଣ୍ଡକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଓ’ ହୋଡ଼ଗୁହେ ଗୋଲରେ ପରିଣତ କରି ପୁଣିଥରେ ସ୍ଥିତି ବରାବର କରିଥିଲେ। ଏହି ସମୟରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।

ସ୍କୋର ବରାବର ହେବାର ଗୋଟିଏ ମିନିଟ୍‌ ପରେ ଇଂଲଣ୍ଡ ପକ୍ଷରୁ ଗାଲ୍‌ ଫିଲ୍ଡ ଗୋଲ୍‌ ଦେଇ ସ୍ଥିତି ୩-୨କୁ ଆଣିଥିଲେ। ଅଗ୍ରଣୀ ହାସଲ ପରେ ଇଂଲଣ୍ଡ ଧିମା ଖେଳ ପ୍ରଦର୍ଶନ କରି ଡିଫେନ୍ସ ନୀତି ଆପଣାଇଥିଲା। ଫଳରେ ଆୟର୍ଲ୍ୟାଣ୍ଡ ଗୋଲ ସ୍କୋର କରିବାର ସୁଯୋଗ ପାଇ ନଥିଲା। ଶେଷ ମିନିଟ୍ରେ ଇଂଲଣ୍ଡ ପକ୍ଷରୁ ଗେଲଗୋହରେନ୍‌ ଗୋଲ୍‌ ଦେଇ ସ୍କୋର ବ୍ୟବଧାନକୁ ୪-୨ କରିଥିଲେ।



from Odisha Reporter https://ift.tt/2Urv25a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages