ଛୁଟିରେ ଯିବାକୁ ଭିମ୍‌ସାର ନିର୍ଦ୍ଦେଶକ ପୂଜାହାରୀଙ୍କୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଛୁଟିରେ ଯିବାକୁ ଭିମ୍‌ସାର ନିର୍ଦ୍ଦେଶକ ପୂଜାହାରୀଙ୍କୁ ନିର୍ଦ୍ଦେଶ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ଆଜି ସୋ’ କଜ୍‌ ନୋଟିସ ଜାରି ହୋଇଛି। ନୋଟିସ୍‌ର ଉତ୍ତର ମିଳିବା ଓ ବିଭାଗ ପକ୍ଷରୁ ଏହାର ବିଚାର କରାଯିବା ପର୍ଯ୍ୟନ୍ତ ତାଙ୍କୁ ଛୁଟିରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ପକ୍ଷରୁ ଏହି ସୋ’ କଜ୍ ନୋଟିସ୍‌ ଜାରି କରାଯାଇଛି।

ନୋଟିସ୍‌ରେ ଆସନ୍ତା ତିନି ଦିନ ଭିତରେ ପୂଜାହାରୀଙ୍କୁ ସୋ’ କଜ୍‌ର ଉତ୍ତର ରଖିବାକୁ କୁହାଯାଇଥିବା ବେଳେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ ପୂଜାହାରୀ କୌଣସି ଉତ୍ତର ନଦିଅନ୍ତି, ତେବେ ତାଙ୍କର କିଛି କହିବାର ନାହିଁ ବୋଲି ଧରାଯିବା ସହ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ପୂର୍ବରୁ ଅଶ୍ୱିନୀ ପୂଜାହାରୀ ଆଜି ସର୍ଜରୀ ବିଭାଗର ଇନ୍‌ଚାର୍ଜ ପଦବୀରୁ ନିଜ ଆଡ଼ୁ ଓହରି ଯାଇଥିଲେ। ଏ ନେଇ ସେ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଥିଲେ।

ଲୁଣ ଓ ତବଲା ଥେରାପିରେ ଚିକିତ୍ସା, ମଦ୍ୟପ ରୋଗୀଙ୍କୁ ଲଣ୍ଡା କରିବା, କ୍ଲାସରୁମ୍ ଭିତରେ ପ୍ରଫେସରଙ୍କୁ କଡ଼ା ତାଗିଦ ଆଦି ବିଭିନ୍ନ ଘଟଣାକୁ ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱୀନି ପୁଜାହାରୀ ଏକାଧିକ ବାର ବିବାଦ ଘେରକୁ ଆସିଥିଲେ।



from Odisha Reporter https://ift.tt/2L0yNu6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages