ହାଜତ ମୃତ୍ୟୁ ପଛରେ ବିଜେଡି ବିଧାୟକଙ୍କ ହାତ ଅଭିଯୋଗ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ହାଜତ ମୃତ୍ୟୁ ପଛରେ ବିଜେଡି ବିଧାୟକଙ୍କ ହାତ ଅଭିଯୋଗ 

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଜଗାଙ୍ଗପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ଘଟଣା ନୂଆ ମୋଡ଼ ନେଇଛି। ଏହା ପଛରେ ସ୍ଥାନୀୟ ବିଧାୟକ ମଙ୍ଗଳା କିଷାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ମୃତ ଜୟ କୁମାର ଲାକ୍ରାଙ୍କ ବାପା ବୁଦୁରାମ୍‌। ବିଧାୟକଙ୍କ ନାଁ ନେଇ ତାଙ୍କର ଜଣେ ସମର୍ଥକ ବୁଦୁରାମ୍‌ ପରିବାରକୁ ପୂର୍ବରୁ ଧମକ ଦେଇଥିବା ସେ ଅଭିଯୋଗ ହୋଇଛି।
ହେଲେ ମଙ୍ଗଳା ଘଟଣା ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି। ‘ଏବେ ଆପଣଙ୍କଠାରୁ ଶୁଣିବାକୁ ପାଇଲି’ବୋଲି ମଙ୍ଗଳା କହିଛନ୍ତି।
ଏପଟେ ଆଜି ମୃତ ଜୟକୁମାରଙ୍କ ଶବ ବ୍ୟବଚ୍ଛେଦ ପରେ ସହରରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ପାଇଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ NHRC ଗାଇଡ୍ ଲାଇନ୍ ଅନୁଯାୟୀ ଘଟଣାର ତଦନ୍ତ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ପ୍ରତିଶ୍ରୁତି ଦେବା ପରେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ରାଜି ହୋଇଛନ୍ତି।
ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଗତକାଲି ରାଜଗାଙ୍ଗପୁର ଥାନା ଶୌଚାଳୟରେ ଜୟ କୁମାର ଲାକ୍ରା ନାମକ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଜୟଙ୍କୁ ଟଙ୍କା ହଡ଼ପ ଅଭିଯୋଗ ମାମଲାରେ ପୁଲିସ ଗିରଫ କରି ଜେରା କରୁଥିଲା। ସେପଟେ ପୁଲିସ୍ ମୃତକଙ୍କ ନାଁରେ ଆଭିଯୋଗ ଆଣିଥିବା ଦୁଇଜଣଙ୍କୁ ମଧ୍ୟ ଗିରଫ କରି ଘଟଣାର ତଦନ୍ତ କରୁଛି।


from Odisha Reporter https://ift.tt/2Qewyt4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages