
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ନାଁରେ ବିଜେଡି ସୁଆଙ୍ଗ କରୁଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେଡିର ଅଭିଯାନ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ସେ କହିଛନ୍ତି ଯେ, ମହିଳାଙ୍କ ସଂରକ୍ଷଣ ନାଁ ରେ ନିର୍ବାଚନର ୪/୫ ମାସ ପୂର୍ବରୁ ସୁଆଙ୍ଗ କରାଯାଉଛି।ଏହା ବାଆଘର ବେଳ ବାଇଗଣ ରୁଆ ଭଳି କାମ। ସଂରକ୍ଷଣକୁ ନେଇ ସବୁ ଦଳର ମତ ବିଗତ ଦଶନ୍ଧି ଧରି ରହିଛି। ଲୋକସଭା ଓ ରାଜ୍ୟସଭାରେ ବିଭିନ୍ନ ପ୍ରର୍ଯ୍ୟାୟରେ ଏହା ଉପରେ ବିତର୍କ ହୋଇଛି। ବିଜେଡି ଦଳର ଭୂମିକା କଣ ଅତୀତରେ ସଂସଦର ବିତର୍କକୁ ଅନୁଶୀଳନ କଲେ ସହଜରେ ଜାଣିହେବ।
ବିଜେଡିକୁ ଆକ୍ଷେପ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯଦି କେହି କୁମ୍ଭୀରକାନ୍ଦଣା କାନ୍ଦିବାକୁ ଚାହେଁ ତା ଆଖିରୁ ଲୁହ ସରିବ ନାହିଁ। ଆଗକୁ ନିର୍ବାଚନ ଥିବାରୁ ବିଜେଡିର ଏହା ଏକ ରାଜନୈତିକ ପଇଁତରାବାଜି। ଲୋକମାନେ ଏହା ବୁଝିସାରିଛନ୍ତି। ଓଡିଶା ଭଳି ରାଜ୍ୟରେ ମହିଳା ଅତ୍ୟାଚାର ସବୁଠୁ ଅଧିକ। ସେ କୁନ୍ଦୁଲି ନାବାଳିକା ଓ ବେଲଟିକିରି ଆଶ୍ରମ ପ୍ରସଙ୍ଗରେ ମହିଳା ନିର୍ଯାତନା ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରଇଛନ୍ତି। ବିଜେଡି ସରକାର ମହିଳାଙ୍କ ପାଇଁ ସଂରକ୍ଷଣ କଥା କହିବା କେବଳ ଏକ ସୁଆଙ୍ଗ ଛଡା ଏହା ଆଉ ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
from Odisha Reporter https://ift.tt/2RyDePu
No comments:
Post a Comment