ଆମିର୍‌ଙ୍କ ସହ ଆଫାୟାର୍‌ ଖବର ଶୁଣି ଚମକିପଡ଼ିଲେ ଦଙ୍ଗଲ୍ ଗାର୍ଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଆମିର୍‌ଙ୍କ ସହ ଆଫାୟାର୍‌ ଖବର ଶୁଣି ଚମକିପଡ଼ିଲେ ଦଙ୍ଗଲ୍ ଗାର୍ଲ

ମୁମ୍ୱାଇ: ବଲିଉଡ୍‌ରେ ‘ଦଙ୍ଗଲ୍ ଗାର୍ଲ’ ନାମରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଫାତିମା ସନା ଶେଖ୍‌ ଓ ଆମିର୍‌ ଖାନ୍ ମଧ୍ୟରେ ଆଫାୟାର୍‌ ଥିବା କଥା ଅନେକ ଥର ଶୁଣିବାକୁ ମିଳିଥିଲା। ଫିଲ୍ମ ‘ଦଙ୍ଗଲ୍‌’ ପରେ ପରେ ଦୁହିଁଙ୍କ ମଧ୍ୟରେ ଏହି ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି ଚାରିଆଡ଼େ ଚର୍ଚ୍ଚା ହୋଇଥିଲା।
ଫିଲ୍ମ ‘ଠଗସ୍‌ ଅଫ୍‌ ହିନ୍ଦୁସ୍ଥାନ୍‌’ରେ ମଧ୍ୟ ସୁଟିଙ୍ଗ୍‌ ସମୟରେ ଆମିର୍‌-ଫାତିମାଙ୍କ ମଧ୍ୟରେ ସମ୍ପର୍କ ରହିଥିବା କଥା ବାହାରେ ଆଲୋଚନା ହୋଇଥିଲା।
ନିଜ ବିଷୟରେ ଏମିତି ଖବର ଶୁଣିବା ପରେ ପ୍ରଥମ ଥର ପାଇଁ ଫାତିମା ମିଡିଆରେ ମୁହଁ ଖୋଲିଥିଲେ।

ନିକଟରେ ଫାତିମା ଏକ ଗଣମାଧ୍ୟମକୁ  ଇଣ୍ଟର୍‌ଭ୍ୟୁ ଦେଇ ଫାତିମା କହିଛନ୍ତି, ମୁଁ ଏହି କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲି। ସେ ଆହୁରି ମଧ୍ୟ କହିଥିଲେ, ଥରେ ମୋର ମା’ ଟିଭି ଦେଖୁଥିଲେ, ଏହାପରେ ସେ ମୋତେ କହିଥିଲେ ଯେ, ଝିଅ ତୋର ଫଟୋ ଟିଭିରେ ଆସୁଛି। ପରେ ଯେବେ ମୁଁ ଏହି ଖବର ଦେଖିଥିଲି, ବହୁତ ଚିନ୍ତାରେ ପଡ଼ି ଯାଇଥିଲି। ଖବର ପରିବେଷଣ କରିବାର ରତିକା ବହୁତ ଖରାପ ଥିଲା। ଯେବେ ଏପରି ଖବର ନ୍ୟୁଜ୍‌ ଚ୍ୟାନେଲ୍‌ରେ ଦେଖା ଯାଇଥିଲା, ପ୍ରଥମେ ମୁଁ କିଛି ବୁଝି ପାରି ନ ଥିଲି, ଯେ କ’ଣ କରିବି। କିନ୍ତୁ ପରେ ଏହା ଉପରେ ମୁଁ ବହୁତ ଭାବିଲି।

ଏହା ଏକ ଭୁଲ୍‌ ଖବର ହୋଥିବାରୁ ଏହା ଉପରେ ମୁଁ କୌଣସି ପ୍ରତିକ୍ରୀୟାଶୀଳ ହେଲି ନାହିଁ। ଏହାପରେ ମୁଁ ଭାବି ନେଇଥିଲି ଯେ, ମୁଁ କିଛି ବି କରେ, ଲୋକେ କହିବେ। ଲୋକଙ୍କର କାମ ହେଲା କହିବା। ଫାତିମା ଆହୁରି କହିଥିଲେ, ବର୍ତ୍ତମାନ ମୁଁ ନିଷ୍ପତି ନେଇଛି ଯେ, ଏସବୁ ଖବର ଶୁଣିବା ପରେ ମୋତେ କୌଣସି ଫରକ୍‌ ପଡ଼ିବ ନାହିଁ। ଯେଉଁ ଲୋକମାନେ ମୋ ବିଷୟରେ ଏପରି ଖବର ଲେଖୁଛନ୍ତି, ସେମାନେ ମୋ ସହିତ ଭଲ ଭାବରେ ମିଶୁଛନ୍ତି।

କେବଳ ଆମିର୍‌ ଖାନ୍ ନୁହଁନ୍ତି ଫାତିମାଙ୍କ ନାମକୁ  ଅଭିନେତା ଅପାରଶକ୍ତି ଖୁରାନାଙ୍କ ସହିତ ମଧ୍ୟ ଯୋଡ଼ା ଯାଇଥିଲା। ଏହା ଉପରେ ମଧ୍ୟ  ଫାତିମାଙ୍କୁ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ, “ଅପାରଶକ୍ତି ଖୁରାନା ଓ ଆମିର୍‌ ଖାନ୍ ଦୁହେଁ ମୋ ପାଇଁ ବହୁତ୍‌ ଖାସ୍‌। ଏହା ବ୍ୟତୀତ ଅନ୍ୟ କିଛି ନାହିଁ। ଫିଲ୍ମ ‘ଦଙ୍ଗଲ୍‌’ ଜରିଆରେ ଫାତିମା ବଲିଉଡ୍‌ରେ ନିଜ କ୍ୟାରିୟର୍‌ ଆରମ୍ଭ କରିଥିଲେ। ‘ଦଙ୍ଗଲ୍‌’ରେ ମଧ୍ୟ ଅପାରଶକ୍ତି ଖୁରାନାଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ଫାତିମା ଆମିର୍‌ଙ୍କ ସହିତ ‘ଠଗସ୍ ଅଫ୍‌ ହିନ୍ଦୁସ୍ଥାନ୍‌’ରେ ଅଭିନୟ କରିଥିଲେ। ଯାହା ବକ୍ସ ଅଫିସ୍‌ରେ ଏତେଟା ସଫଳ ହୋଇପାରି ନ ଥିଲା।



from Odisha Reporter http://bit.ly/2QNjM50

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages