ଅନ୍ତର୍ଜାତୀୟ ଗଲ୍‌ଫ ଖେଳାଳି ରାନ୍ଧୱା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଅନ୍ତର୍ଜାତୀୟ ଗଲ୍‌ଫ ଖେଳାଳି ରାନ୍ଧୱା ଗିରଫ

randhwa2

ଲକ୍ଷ୍ନୌ: ଅନ୍ତର୍ଜାତୀୟ ଗଲ୍‌ଫ ଖେଳାଳି ଜ୍ୟୋତି ରାନ୍ଧୱାଙ୍କୁ ଉତ୍ତର ପ୍ରଦେଶର ବନ ବିଭାଗ ଗିରଫ କରିଛି। ଜଙ୍ଗଲରେ ଶିକାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ରାନ୍ଧୱା ଓ ତାଙ୍କର ଜଣେ ସାଥୀ ମହେଶ ବିଜଦାରଙ୍କୁ ଉତ୍ତର ପ୍ରଦେଶର ମୋତିପୁର ରେଞ୍ଜ୍‌ ଅନ୍ତର୍ଗତ କତର୍ନିଆଘାଟ ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯାଉଛି।

ରାନ୍ଧୱାଙ୍କଠାରୁ ଏକ ୨.୨ ରାଇଫଲ ଜବତ କରାଯାଇଛି। ତା’ସହିତ ଏକ ଗାଡ଼ି ଓ ସେଥିରେ ଥିବା ଅନ୍ୟାନ୍ୟ ଉପକରଣ ସହିତ ବନ୍ୟଜନ୍ତୁଙ୍କ କିଛି ଅବଶେଷ ଜବତ କରାଯାଇଛି। ଜଙ୍ଗଲୀ ବାର୍‌ହାର ଚମଡ଼ା ତାଙ୍କ ଗାଡ଼ିରୁ ମିଳିଛି। ମଙ୍ଗଳବାର ରାନ୍ଧୱା ଏକ ଜଙ୍ଗଲୀ କୁକୁଡ଼ାର ମଧ୍ୟ ଶିକାର କରିଥିଲେ।

ଜଣେ ବନ ଅଧିକାରୀ କହିଛନ୍ତି, କତର୍ନିଆଘାଟ ଅଞ୍ଚଳରେ ରାନ୍ଧୱାଙ୍କର ଗୋଟିଏ ଫାର୍ମ ଅଛି। ଗତ ତିନି ଦିନ ହେଲା ସେ ଗାଡ଼ିରେ ତାଙ୍କ ସହଯୋଗୀଙ୍କ ସହିତ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଗତ ମଙ୍ଗଳବାର ତାଙ୍କୁ ବନ ବିଭାଗ କର୍ମଚାରୀମାନେ ପ୍ରତିରୋଧ କରିଥିଲେ।



from Odisha Reporter http://bit.ly/2BE4mpn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages