ମହାଭାରତରେ ଶ୍ରୀକୃଷ୍ଣ ହେବେ ଆମୀର୍ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 22, 2018

ମହାଭାରତରେ ଶ୍ରୀକୃଷ୍ଣ ହେବେ ଆମୀର୍ ଖାନ୍‌

ମୁମ୍ୱାଇ: ବକ୍ସ ଅଫିସ୍‌ରେ ଆମୀର୍‌ ଖାନ୍‌ଙ୍କ ଫିଲ୍ମ ‘ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ୍‌’ ଫ୍ଲପ୍‌ ହେବା ପରେ ଆମୀର୍ ଏବେ ନୂଆ ୱେବ୍‌ ସିରିଜ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି । ନୂଆବର୍ଷ ଆରମ୍ଭରେ ବଲିଉଡ୍‌ରେ ଖୁବ୍‌ ଶୀଘ୍ର ‘ମହାଭାରତ’ ଟାଇଟଲ୍‌ର ଏକ ୱେବ୍‌ ସିରିଜ୍‌ ନିର୍ମାଣ ହେବାକୁ ଯାଉଛନ୍ତି। ନିକଟରେ ଏକ ଇଣ୍ଟରଭ୍ୟୁରେ ଶାହରୁଖ୍‌ ଖାନ୍ ଏହାର ସୂଚନା ଦେଇଛନ୍ତି।

ଆମୀରଙ୍କୁ ‘ମହାଭାରତ’ର ଏହି ସିରିଜ୍‌ରେ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ଦେଖିବାକୁ ମିଳିବେ ବୋଲି ଶାହରୁଖ୍‌ କନଫର୍ମ କରିଛନ୍ତି।

କିନ୍ତୁ ଆମୀର୍‌ ଓ ତାଙ୍କ ଟିମ୍‌ ଏହାକୁ ନେଇ କୌଣସି କଥା କହି ନାହାନ୍ତି। ଶାହରୁଖ୍ ମଧ୍ୟ ଏହି ୱେବ୍‌ ସିରିଜ୍‌ରେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଫିଲ୍ମର ବଜେଟ୍‌ ୧୦୦୦ କୋଟି ଟଙ୍କା ରଖାଯାଇଛି। ଆମୀର୍‌ଙ୍କର ଏହା ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଛି।

ଆମୀର୍‌ ତିଆରି କରିବାକୁ ଯାଉଥିବା ୱେବ୍ ସିରିଜ୍‌ ‘ମହାଭାରତ’ରେ ନୂଆ କଳାକାରଙ୍କୁ କାମ କରିବାର ମଉକା ଦିଆଯିବ। ମହାଭାରତର ‘କର୍ଣ୍ଣ’ ତାଙ୍କର ଫେବ୍‌ରାଇଟ୍‌ ଚରିତ୍ର ବୋଲି ଆମୀର୍ କହିଛନ୍ତି।



from Odisha Reporter http://bit.ly/2LuoZZN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages