
ବ୍ରାଟିସ୍ଲାଭା: ସ୍ଲୋଭାକିଆରେ ଘଟିଥିବା ଏପରି ଏକ ଦୁର୍ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କର ମଧ୍ୟ ଆଖି ଖୋସି ହୋଇଯିବ। ଏକ ସୁଡ଼ଙ୍ଗ ରାସ୍ତାରେ ପ୍ରବେଶ କରିବା ପୂର୍ବରୁ ରାସ୍ତାକଡ଼େ ଥିବା ଏକ ସ୍ଥାନରେ ମାଡ଼ହେବାପରେ ଏହି ଦ୍ରୁତଗାମୀ ବିଏମ୍ଡବଲ୍ୟୁ କାରଟି ହଠାତ ଉପରକୁ ଉଡ଼ିଯାଇ ସୁଡ଼ଙ୍ଗର ଉପରିଭାଗରେ ମାଡ଼ ହୋଇ ତଳେ ପଡ଼ିଥିଲା।
ରାସ୍ତା କଡ଼ରେ ଥିବା ଏକ କଂକ୍ରିଟ ସ୍ଲାବରେ ପିଟି ହୋଇଯିବା ପରେ ଏଥିରୁ ନିଆଁ ବାହାରିବା ସହିତ ଏତେ ଉଚ୍ଚକୁ ଉଡ଼ିଥିଲା ଯେ, ଏହା ସୁଡ଼ଙ୍ଗ ବା ଟନେଲ ରାସ୍ତାର ଶୀର୍ଷ ଭାଗକୁ ଛୁଇଁଥିଲା। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗାଡ଼ିଟି ଏତେ ଜୋର୍ ମାଡ଼ ହୋଇ ୩୬୦ ଡିଗ୍ରୀ ବୁଲିଯିବା ପରେ ମଧ୍ୟ ୪୪ ବର୍ଷ ବୟସ୍କ ଚାଳକଙ୍କର କିଛି ମଧ୍ୟ କ୍ଷତି ହୋଇନଥିଲା।
ସ୍ଥାନୀୟ ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କ ଦେହରେ କେବଳ ସାମାନ୍ୟ ଆଘାତ ଲାଗିଥିଲା। ଚାଳକ ଜଣକ ମଦ୍ୟପାନ କରିନଥିବା ଜଣାପଡ଼ିଥିଲା। କିନ୍ତୁ ସେ ଘୁମେଇ ପଡ଼ିଥିବାରୁ ଏପରି ଦୁର୍ଘଟଣା ଘଟିଥିଲା ବୋଲି ପୁଲିସ୍ ଏହି ଭିଡିଓ ପୋଷ୍ଟ କରିବା ସହିତ ଲେଖିଛି। ଏହି କାର ପଛରେ ଥିବା ଅନ୍ୟ ଏକ କାର୍ ତା ଗତି ଧିମା କରି ଦେଇଥିବା ଏଥିରେ ସ୍ପଷ୍ଟ ଜଣାପଡ଼ୁଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୨୦ ଲକ୍ଷ ଲୋକେ ଦେଖିସାରିଲେଣି।
ଦେଖନ୍ତୁ ସେହି ଚର୍ଚ୍ଚିତ ଭିଡିଓ।
NEUVERITEĽNÁ NEHODA: AUTO VYLETELO DO VZDUCHU PRI TUNELI BÔRIKDnes (20.12.2018) krátko pred 05:00 h sa stala nehoda osobného auta BMW pred tunelom Bôrik. Po dopade do tunela auto ostalo stáť na kolesách v smere jazdy Vodičovi (44 ročný Bardejovčan) sa v podstate nič nestalo, bol len jednorázovo ošetrený, v aute bol sám. Dychová skúška na alkohol bola negatívna.
Polícia Slovenskej republiky यांनी वर पोस्ट केले गुरुवार, २० डिसेंबर, २०१८
from Odisha Reporter http://bit.ly/2AcO5aZ
No comments:
Post a Comment