ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌କୁ ନେଇ ରାହଣେ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌କୁ ନେଇ ରାହଣେ କହିଲେ ଏମିତି କଥା

ଏଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଟିମ୍‌ ଅଷ୍ଟ୍ରେଲିଆର ଦୁଇ ଷ୍ଟାର ଖେଳାଳି ଷ୍ଟିଭ ସ୍ମିଥ୍ ଓ ଡେଭିଡ୍‌ ୱାର୍ଣ୍ଣର ନଥିବାରୁ ଟିମ୍‌ ଇଣ୍ଡିଆର ପଲା ଭାରୀ ରହିଛି ବୋଲି କ୍ରିକେଟ୍‌ ପଣ୍ଡିତମାନେ ମତ ଦେଉଛନ୍ତି।

ଏପରି କି ଦୀର୍ଘ ୭୦ ବର୍ଷ ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁଙ୍କୁ ମାତ୍ ଦେଇପାରିବାର ସୁଯୋଗ ରହିଛି ବୋଲି ସେମାନେ କହୁଛନ୍ତି। ହେଲେ କ୍ରିକେଟ୍‌ ବିଶେଷଜ୍ଞଙ୍କ ଏହି ମତ ସହ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ଏକମତ ହୋଇ ପାରି ନାହାନ୍ତି। ସ୍ମିଥ୍‌ ଓ ୱାର୍ଣ୍ଣରଙ୍କ ବିନା ମଧ୍ୟ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ଜିତିବାକୁ ପ୍ରବଳ ଦାବିଦାର ବୋଲି ସେ କହିଛନ୍ତି।

ଏଡିଲେଡ୍‌ରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, “ ମୁଁ ଭାବୁଛି ଯେଉଁ ଟିମ୍‌ ଘରୋଇ ପରିବେଶରେ ଖେଳିବ, ତା’ ପାଖରେ ସିରିଜ୍‌ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ମୁଁ ଭାବୁଛି, ଅଷ୍ଟ୍ରେଲିଆ ତା’ ଘରୋଇ ମାଟିରେ ଟେଷ୍ଟ ସିରିଜ୍‌ ଜିତିବାର ପ୍ରବଳ ଦାବିଦାର ରହିଛି। ଆମେ ଅଷ୍ଟ୍ରେଲିଆକୁ କେବେ ହେଲେ ହାଲୁକା ଭାବେ ନେଇପାରିବୁ ନାହିଁ।

ହଁ ଏଇଟା ସତ ଯେ ସେମାନେ ସ୍ମିଥ ଓ ୱାର୍ଣ୍ଣରଙ୍କ ଅନୁପସ୍ଥିତିକୁ ଅନୁଭବ କରିବେ, ହେଲେ ଏହା ମ୍ୟାଚ୍‌ ଉପରେ ସେତେଟା ପ୍ରଭାବ ପକାଇବ ନାହିଁ। ଆମେ ସେମାନଙ୍କର ବୋଲିଂ ଆକ୍ରମଣ ଦେଖିଛୁ। ସେମାନଙ୍କ ପାଖରେ ଉଚ୍ଚଶ୍ରେଣୀର ବୋଲର ଅଛନ୍ତି। ଟେଷ୍ଟ ମ୍ୟାଚ୍‌ ଜିତିବାକୁ ହେଲେ ଭଲ ବୋଲିଂ କରିବାକୁ ପଡ଼େ। ତେଣୁ ଅଷ୍ଟ୍ରେଲିଆ ପାଖରେ ଟେଷ୍ଟ ମ୍ୟାଚ୍‌ ଜିତିବାର ଯଥେଷ୍ଟ ସୁଯୋଗ ରହିଛି।”



from Odisha Reporter https://ift.tt/2KX4g0s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages