ଫଟୋକୁ ନେଇ ଅନୁଭବ ପଚାରିଲେ, କହିଲେ ଦେଖି ଏହା କେଉଁ ମୁହୂର୍ତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଫଟୋକୁ ନେଇ ଅନୁଭବ ପଚାରିଲେ, କହିଲେ ଦେଖି ଏହା କେଉଁ ମୁହୂର୍ତ୍ତର

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଦୁଇ ଚର୍ଚ୍ଚିତ ଲଭ୍‌ବାର୍ଡ ହେଲେ ବର୍ଷା ପ୍ରିୟଦର୍ଶନୀ ଏବଂ ଅନଭୁବ ମହାନ୍ତି। ଉଭୟେ ଦୀର୍ଘଦିନ ଧରି ଅଭିନୟ ଦୁନିଆରେ ରହିବା ପରେ ପ୍ରେମ ବନ୍ଧନରେ ବାନ୍ଧି ହୋଇ ବିବାହ କରିଥିଲେ। ରିଲ୍‌ ଲାଇଫରୁ ରିୟଲ ଲାଇଫ୍‌ରେ ଯୋଡ଼ି ହୋଇଥିବା ବର୍ଷା ଓ ଅନଭୁବ ସୋଶାଲ୍‌ ମିଡିଆ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ନେଇ କିଛି ଗୁଜବ ଉଠିଥିବା ବେଳେ ତାକୁ ଖଣ୍ଡନ କରିଥିଲେ ଅନଭୁବ। ବର୍ଷା ହିଁ ତାଙ୍କ ଜୀବନର ଏକମାତ୍ର ସାଥୀ ବୋଲି ଅନୁଭବ କହିଥିଲେ।

ଏବେ ଏକ ବିଶେଷ ମୁଦ୍ରାରେ ଥିବା ଉଭୟଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ଦୁହେଁ ଦୁହିଁଙ୍କୁ ନମସ୍କାର କରୁଥିବା ଦେଖାଯାଇଛି। ଉଭୟେ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ହୋଇ ପରସ୍ପରକୁ କାହିଁକି ହାତଯୋଡ଼ି ନମସ୍କାର ହେଉଛନ୍ତି ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଫଟୋକୁ ଅନଭୁବ ତାଙ୍କ ଅଫିସିଆଲ ଫେସ୍‌ବୁକ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ହେଲେ ଗୁମର ଖୋଲିନାହାନ୍ତି। ବରଂ ତାଙ୍କ ଫ୍ୟାନ୍‌ମାନଙ୍କୁ ପଚାରିଛନ୍ତି, ‘କିପ୍‌ ଗେସିଂ ପ୍ଳିଜ୍‌’। ଅର୍ଥାତ ଏହା କେଉଁ ମୁହୂର୍ତ୍ତର ବୋଲି ସେ ତାଙ୍କ ଫ୍ୟାନ୍‌ମାନଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରତିକ୍ରିୟାରେ ଅନେକ ପ୍ରଶଂସକ ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରିଛନ୍ତି। ତେବେ ଆମେ ଏଠାରେ କହି ରଖୁଛୁ ଯେ, ଆଗକୁ ଅଭିନେତ୍ରୀ ବର୍ଷାଙ୍କର ‘ନିମ୍‌କି’ ଫିଲ୍ମ ଆସୁଛି।ଏଥିରେ ନିଜେ ବର୍ଷା ପ୍ରିୟଦର୍ଶନୀ ଲିଡ୍‌ ରୋଲ୍‌ରେ ଅଛନ୍ତି। ତେବେ ‘ନିମ୍‌କି’ ଚଳଚ୍ଚିତ୍ରରେ ଏହି ଦୃଶ୍ୟ ଏକ ବିଶେଷ ମୁହୁର୍ତ୍ତର ହୋଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ବର୍ଷା ଓ ଅନୁଭବ ପରସ୍ପରକୁ ନମସ୍କାର କରୁଥିବାର ଫଟୋ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ନିମ୍‌କି’ ଫିଲ୍ମ ପାଇଁ ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।



from Odisha Reporter https://ift.tt/2FYHOVE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages