ଅର୍ଜୁନ୍‌ କପୁର୍‌ଙ୍କ ମିସ୍‌ କରୁଛନ୍ତି ରଣବୀର୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଅର୍ଜୁନ୍‌ କପୁର୍‌ଙ୍କ ମିସ୍‌ କରୁଛନ୍ତି ରଣବୀର୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର୍‌ ସିଂହ ଏବଂ ଅର୍ଜୁନ୍‌ କପୁର ଦୁହେଁ ଖୁବ୍‌ ଭଲ ବନ୍ଧୁ। ଫିଲ୍ମ ‘ଗୁଣ୍ଡେ’ରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। କିନ୍ତୁ ଗତ କିଛି ଦିନ ହେବ ଉଭୟଙ୍କୁ ପରଦା ଉପରେ ଆଉ ଏକାଠି ଦେଖିବାକୁ ମିଳି ନାହିଁ।

ନିକଟରେ ରଣବୀର ସିଂହଙ୍କୁ ତାଙ୍କର ଜଣେ ଫ୍ୟାନ୍ ଏ ସମ୍ପର୍କରେ ପଚାରିଥିଲେ। ସେ ଜାଣିବାକୁ ଚାହିଁଥିଲେ ଯେ ରଣବୀର ଏବଂ ଅର୍ଜୁନ୍‌ଙ୍କ ଯୋଡ଼ିକୁ ପୁଣି କେବେ ପରଦା ଉପରେ ଦେଖିବାକୁ ମିଳିବ। ଏହାର ଉତ୍ତରରେ ରଣବୀର୍‌ କହିଛନ୍ତି, ‘ମୁଁ ବି ଅର୍ଜୁନ୍‌ଙ୍କୁ ବହୁତ୍‌ ମିସ୍‌ କରୁଛି। କିନ୍ତୁ ବାବା (ଅର୍ଜୁନ୍‌) ଆଜିକାଲି ‘ପାନିପତ୍‌’ରେ ବହୁତ ବ୍ୟସ୍ତ ରହୁଛନ୍ତି।’

ସୂଚନା ଅନୁଯାୟୀ, ଅର୍ଜୁନ୍‌ କପୁର୍‌ ଏବେ ତାଙ୍କ ଆଗାମୀ ଫିଲ୍ମ ‘ପାନିପତ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ୍‌ ଆସନ୍ତା ବର୍ଷ ଡିସେମ୍ବରରେ ରିଲିଜ୍‌ ହେବ।



from Odisha Reporter http://bit.ly/2AbgUVu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages