ଅତୁଳନୀୟ ଅବଦାନ ପାଇଁ ୪ ଜଣ ବିଶିଷ୍ଟ ମହିଳା ସମ୍ମାନିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଅତୁଳନୀୟ ଅବଦାନ ପାଇଁ ୪ ଜଣ ବିଶିଷ୍ଟ ମହିଳା ସମ୍ମାନିତ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶିଶୁକନ୍ୟାଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେଉଥିବା ସାମାଜିକ ଅନୁଷ୍ଠାନ, ‘କନ୍ୟା ଅନମୋଲ ହୈ’ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ମହିଳାମାନଙ୍କୁ ସେମାନଙ୍କର ପ୍ରେରଣାଦାୟୀ କାର୍ଯ୍ୟ ନିମନ୍ତେ ସମ୍ମାନିତ କରାଯାଇଛି। ଓଡ଼ିଶାର ଏହି ବିଶିଷ୍ଟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛନ୍ତି। ସାମାଜିକ ସୁଧାର କ୍ଷେତ୍ରରେ ଯୋଗଦାନ ସହ ବ୍ୟକ୍ତିଗତ ଜୀବନରେ ଏକ ଉଦାହରଣ ପାଲଟିଥିବା ଏବଂ କଠିନ ପରିସ୍ଥିତିରେ ଆହ୍ୱାନକୁ ସ୍ୱୀକାର କରିବା ସହ ବିପଦ ସମୟରେ ମଧ୍ୟ ଦୃଢ଼ତାର ସହ ବିଭିନ୍ନ ସମସ୍ୟାର ସମାଧାନ କରିପାରିଥିବା କିଛି ବିଶିଷ୍ଟ ମହିଳାଙ୍କୁ ଏକ ମଞ୍ଚରେ ଏକତ୍ରିତ କରିବା ପାଇଁ ‘ଚରଣସ୍ପର୍ଶ’ଭାବେ ନାମିତ ଏହି ପ୍ରୟାସ ଆରମ୍ଭ କରାଯାଇଛି।

ଓଡ଼ିଶାର ଆଧ୍ୟାତ୍ମିକ ସଙ୍ଗୀତ ଜଗତର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀମତି ଶାନ୍ତିଲତା ବାରିକ, ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ସୁଶ୍ରୀ କଳ୍ପନା ଦାସ, ବିଶିଷ୍ଟ ଶିକ୍ଷାବିତ୍ ଏବଂ ସାହିତ୍ୟିକ ଗୁରୁ ଡଃ ସଂଘମିତ୍ରା ମିଶ୍ର ଏବଂ ପ୍ରତିଷ୍ଠିତ ଅଭିନେତ୍ରୀ ନମ୍ରତା ଦାସଙ୍କୁ ନିଜ ନିଜକ୍ଷେତ୍ରରେ ସେମାନଙ୍କର ଅତୁଳନୀୟ ଅବଦାନ ନିମନ୍ତେ ସର୍ବସମ୍ମତି ଭାବେ ପୁରସ୍କୃତ କରିବା ପାଇଁ ମନୋନୀତ କରାଯାଇଥିଲା। ଏହି ଅବସରରେ ପର୍ବତାରୋହୀ ସୁଶ୍ରୀ କଳ୍ପନା ଦାସ କହିଥିଲେ ଯେ ଯଦି ପୁନଶ୍ଚ କେବେ ଏଭେରେଷ୍ଟ ଯିବାର ସୁଯୋଗ ମିଳିବ ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ବାନା ସହିତ ‘କନ୍ୟା ଅନମୋଲ ହୈ’ର ଲୋଗୋ ନେବେ ବୋଲି କହିଥିଲେ।

‘କନ୍ୟା ଅନମୋଲ ହୈ’ର ପ୍ରତିଷ୍ଠାତା ସରୋଜ ଦାଶ ଏହି ପୁରସ୍କାର ବିତରଣ ଉତ୍ସବରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଶ୍ରୀ ଦାଶ କହିଛନ୍ତି, ଏହି ଯୁଗାନ୍ତକାରୀ ମହିଳାମାନଙ୍କର ଜୀବନଶୈଳୀ ଏବଂ କାର୍ଯ୍ୟପନ୍ଥାକୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି, ଯାହାକି ଆଗାମୀ ଦିନରେ ନୂତନ ପିଢ଼ିର ମହିଳା ତଥା କନ୍ୟାମାନଙ୍କ ନିମନ୍ତେ ଏକ ପ୍ରେରଣାର ଉତ୍ସ ହୋଇପାରିବ।
ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ କିମ୍ବଦନ୍ତୀ ସାହିତ୍ୟିକ ବିଭୂତି ପଟ୍ଟନାୟକ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରତିଭା ଶତପଥୀ, ଅସିତ ମହାନ୍ତି, ସିନେ ଅଭିନେତ୍ରୀ ଅନୁ ଚୌଧୁରୀ, ଆହାନ ବରାଳ ଏବଂ ସମାଜସେବୀ ମୀରା ପରିଡ଼ା, ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସସ୍ମିତା ଦାଶ, ପ୍ରତିଷ୍ଠାତା, ଅମୀୟବାଳା ପରିଡ଼ା, ସଭାପତି, ଅଂଶୁ ତ୍ରିପାଠୀ, ସହଅଧ୍ୟକ୍ଷ, ଅର୍ଚ୍ଚନା ପାଣିଗ୍ରାହୀ, ସାଗର ଦାସ, ଆବାହକ, ସୂର୍ଯ୍ୟ ନାରାୟଣ ମହାନ୍ତି, ତପସ୍ୱିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପୁରସ୍କାର ବିତରଣ ସମାରୋହ ଭୁବନେଶ୍ୱରସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଆୟୋଜନ କରାଯାଇଥିଲା।



from Odisha Reporter http://bit.ly/2Sihp6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages