
ଚେନ୍ନାଇ: ତାମିଲନାଡ଼ୁର ଥାଞ୍ଜାଭୁର ଜିଲ୍ଲାର ଐତିହ୍ୟ ସ୍ଥାନ ବ୍ରିହଦୀଶ୍ୱର ମନ୍ଦିରରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ଧ୍ୟାନ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି ମାଡ୍ରାସ୍ ହାଇକୋର୍ଟର ମଦୁରାଇ ଖଣ୍ଡପୀଠ। ଶ୍ରୀଶ୍ରୀ ରବିଶଙ୍କରଙ୍କ ପ୍ରତିଷ୍ଠାନ ‘ଆର୍ଟ ଅଫ୍ ଲିଭିଂ’ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଯେଉଁ ସ୍ଥାନକୁ ବଛାଯାଇଥିଲା ତାହା ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀର ଅନ୍ତର୍ଭୁକ୍ତ।
‘ଅନ୍ଭିଲିଂ ଇନ୍ଫିନିଟି’ ନାମରେ ହେଉଥିବା ଏହି କାର୍ଯ୍ୟକ୍ରମ ପାଇଁ ୨୦୦୦ ଜଣ ପଞ୍ଜିକରଣ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରୁ ଏହା ଆରମ୍ଭ ହେବାର ଅଛି। ଚେନ୍ନାଇର ଭେଙ୍ଗଟେଶନ୍ ନାମକ ଏକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥା ଏହି କାର୍ଯ୍ୟକ୍ରମ ବିରୋଧରେ ପିଆଇଏଲ୍ ଆବେଦନ କରିଥିଲେ।
ଆବଦନକାରୀଙ୍କ ପକ୍ଷରୁ କୁହାଯାଇଛି, ଏଭଳି କାର୍ଯ୍ୟକ୍ରମଉପରେ ଏବେଠାରୁ ରୋକ ନଲଗାଗଲେ ଭବଷ୍ୟତରେ ଅନ୍ୟମାନେ ମଧ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରିବେ ଏବଂ ଐତିହ୍ୟସ୍ଥଳୀ ନଷ୍ଟ ହେବ। ପୂର୍ବରୁ ଯମୁନା ନଦୀକୂଳରେ ଆୟୋଜିତ କାର୍ଯ୍ୟକ୍ରମରେ ତାହା ପ୍ରମାଣିତ ହୋଇସାରିଛି।
ଯଦିଓ କୋର୍ଟ ସୋମବାରଠାରୁ ଶୁଣାଣି ଆରମ୍ଭ କରିବେ, ଆୟୋଜକ ଏହି କାର୍ଯ୍ୟକ୍ରମପାଇଁ ଅନ୍ୟ ଏକ ସ୍ଥାନ ବାଛି ସାରିଛନ୍ତି। ଅନ୍ୟପକ୍ଷରେ ଏଠାରେ ଯେଉଁ କିଛି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏବେ ସେସବୁକୁ ହଟାଯିବା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ଆୟୋଜକଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ପୂର୍ବରୁ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଏପରିକି ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇସାରିଛି, କିନ୍ତୁ ସରକାର ଯୁକ୍ତି ଦର୍ଶାଉଛନ୍ତି ସେସବୁ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ସେସବୁରେ କିଛି ସମସ୍ୟା ନାହିଁ। ଚୋଳ ବଂଶର ଶାସନ ସମୟରେ ନିର୍ମିତ ଏହି ମନ୍ଦିର ୧ ହଜାର ବର୍ଷ ପୁରୁଣା।
from Odisha Reporter https://ift.tt/2E7Pa6P
No comments:
Post a Comment