
ଯାଜପୁର(ଅଭୟ ପତି): ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଧାନକ୍ଷେତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ରହେମାନପୁର ଗାଁରେ ଏହି ଅଘଟଣ ଘଟିଛି। ମୃତ ଚାଷୀଙ୍କ ନାଁ ରବି ମଳିକ।
ରବି ଶୁକ୍ରବାର ଭୋର୍ରୁ ଧାନ କାଟିବାକୁ ବିଲକୁ ଯାଇଥିଲେ। ବିଲରେ ୧୧ କେଭି ବିଦ୍ୟୁତ୍ ତାର ଛିଡ଼ି ପଡ଼ିଥିଲା। ହେଲେ ରବି ତାହା ଦେଖିପାରି ନ ଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ।
ରବିଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏନେଇ ଗାଁ ଲୋକେ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ରବିଙ୍କର ଚାରି ଝିଅ ଅଛନ୍ତି। ବଡ଼ ଝିଅ ବାହା ହୋଇସାରିଥିବା ବେଳେ ଆଉ ତିନି ଝିଅ ପାଠ ପଢୁଛନ୍ତି। ଆର୍ଥିକ ସହାୟତା ସହିତ ଝିଅମାନଙ୍କୁ ଥଇଥାନ କରିବା ପାଇଁ ରବିଙ୍କ ସଂପର୍କୀୟମାନେ ଦାବି କରିଛନ୍ତି।
ଗାଁ ଲୋକଙ୍କ ତରଫରୁ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2EjxWEs
No comments:
Post a Comment