
ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯାତ୍ରା ଦେଖାଇବାକୁ ନେଇ ସେମାନଙ୍କ ସହ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଚାନ୍ଦିପୋଷ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଗତ ଗୁରବାର ଦିନ ଗାଁର ଦୁଇ ଜଣ ଯୁବକ ନାବାଳିକାଙ୍କୁ ଯାତ୍ରା ଦେଖାଇବାକୁ ନେଇ ଦୁଷ୍କର୍ମ କରିଥିଲେ।
ଶ୍ରୀମନ୍ଦିରରେ ଅସଦାଚରଣ
ସୂଚନାଯୋଗ୍ୟ,ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିର ବାହାରକାଠ ନିକଟରେ ଜଣେ ନାବାଳିକାକୁ ପୁଲିସ୍ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସିଂହଦ୍ୱାର ଥାନାରେ ନାବାଳିକାଙ୍କ ବାପାମା’ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ତାଙ୍କ ବାପା ଓ ମାଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିଲେ। ବାହାରକାଠ ନିକଟରେ ସେ ଦର୍ଶନ କରୁଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
from Odisha Reporter http://bit.ly/2BOgeoM
No comments:
Post a Comment