
ଶ୍ରୀନଗର: ଭାରତରେ ଅନୁପ୍ରଵେଶ କରିବା ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ଦିନକୁ ଦିନ ଅଧିକ କଷ୍ଟକର ହେବାରେ ଲାଗିଛି। ଏଥିପାଇଁ ପାକିସ୍ତାନରେ ରହୁଥିବା ଆତଙ୍କୀ ଆକ୍କାମାନେ ଏବେ ନୂଆ ରଣନୀତି ଆପଣାଇଛନ୍ତି। ପୂର୍ବରୁ ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନର ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିଲେ। ହେଲେ ଏବେ କଶ୍ମୀରରେ ପ୍ରବଳ ବରଫପାତ ହେଉଛି। ସେହିପରି ସୁରକ୍ଷାକର୍ମୀଙ୍କ କଡ଼ା ପ୍ୟାଟ୍ରୋଲିଂ ଯୋଗୁ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାରେ ସକ୍ଷମ ହୋଇପାରୁନାହାନ୍ତି।
ତେଣୁ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବ ସୀମା ରହିଛି। ପଞ୍ଜାବ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଡେଇଁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଯୋଜନା କରିଛନ୍ତି। ପଞ୍ଜାବ ସୀମାରେ ଏଥିପାଇଁ ୧୦ରୁ ୧୫ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି। ମଲ୍ଟି ଏଜେନ୍ସି କୋର୍ଡିନେସନ୍ ସେଣ୍ଟର ଏ ସମ୍ପର୍କରେ ସୂଚନା ପାଇଛି। ସୂଚନା ଅନୁସାରେ ପାକିସ୍ତାନର ଶାକରଘର ବୁଲେଗା ଅଞ୍ଚଳରେ ଏହି ଆତଙ୍କବାଦୀମାନେ ଅଛନ୍ତି। ଏହି ଅଞ୍ଚଳଟି ପଞ୍ଜାବ ସୀମା ନିକଟବର୍ତ୍ତୀ। ଏମାନେ ଭାରତରେ ପ୍ରଵେଶ କରିବା ପାଇଁ ସୁଯୋଗ ଅପେକ୍ଷା ରହିଥିବା ଉକ୍ତ ସଂସ୍ଥା ସୂଚନା ଦେଇଛି।
from Odisha Reporter http://bit.ly/2rYUJgr
No comments:
Post a Comment