
ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍ରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ମଧ୍ୟରେ ଘଟିଥିବା ଏକ ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟ ବ୍ୟାଟିଂ କରିବା ସମୟରେ କେମିତି ୪ ରନ୍ ଦୌଡ଼ି ନେବାକୁ ଚେଷ୍ଟା କରିଥିଲେ, ତା’ର ଦୃଶ୍ୟ ରହିଛି। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ଅନ୍ୟ ପଡ଼ିଆ ତୁଳନାରେ ବଡ଼ ହୋଇଥିବାରୁ ବିରାଟ୍ ଦୌଡ଼ି ଦୌଡ଼ି ୪ ରନ୍ ନେବାକୁ ଚାହିଁଥିଲେ। କିନ୍ତୁ ପୂଜାରା ଏହି ସମୟରେ ବିରାଟ୍ଙ୍କ ଭଳି ଏତେ ଜୋରରେ ଦୌଡ଼ି ପାରିବେ ନାହିଁ ବୋଲି କହିଥିଲେ।
ମ୍ୟାଚ୍ର ୧୨୦ତମ ଓଭର୍ରେ ଏହି ଘଟଣା ଘଟିଥିଲା। ବିରାଟ୍ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କ ଏକ ବଲ୍କୁ ମିଡ୍ ୱିକେଟ୍ରେ ଫ୍ଲିକ୍ କରିଥିଲେ। ଏହି ସମୟରେ ବଲ୍ଟି ବାଉଣ୍ଡରୀ ପାଖକୁ ଯାଇଥିଲେ ହେଁ ୪ ରନ୍ ହୋଇ ନଥିଲା।
ତେଣୁ ବିରାଟ୍ ଦୌଡ଼ି ଦୌଡ଼ି ୪ ରନ୍ ନେବାକୁ ଚାହିଁଥିଲେ। କିନ୍ତୁ ବିରାଟ୍ ୩ ରନ୍ ନେଇ ୪ର୍ଥ ରନ୍ ନେବାକୁ ପ୍ରସ୍ତୁତ ହୋଇଥିଲେ ହେଁ ପୂଜାରା ଆଉ ଦୌଡ଼ି ପାରିବେ ନାହିଁ ବୋଲି ହାତ ଦେଖାଇ ମନା କରିଥିଲେ। ଏହି ସମୟରେ ବିରାଟ୍ ଓ ପୂଜାରା ଉଭୟ ସ୍ମିତହାସ୍ୟ ଦେଇଥିଲେ। ଏହାର ଭିଡିଓ ଭାଇରାଲ୍ ହେବା ପରେ ଲୋକମାନେ ମଧ୍ୟ ଏହି ଘଟଣା ଦେଖି ବେଶ ହସିଛନ୍ତି।
ଏହି ମ୍ୟାଚ୍ରେ ପୂଜାରା ୧୦୬ ରନ୍ର ଇନିଂସ୍ ଖେଳିଥିବା ବେଳେ ବିରାଟ୍ ୮୨ ରନ୍ କରିଥିଲେ। ଉଭୟ ତୃତୀୟ ୱିକେଟ୍ ପାଇଁ ବିଶାଳ ୧୭୦ ରନ୍ର ଭାଗୀଦାରି କରିଥିଲେ।
ଦେଖନ୍ତୁ ସେହି ଭିଡିଓ:
That slow mate that can't keep up with you between wickets
LIVE #AUSvIND: https://t.co/zixhmu24lv pic.twitter.com/eQdCPGHPny
— Telegraph Sport (@telegraph_sport) December 27, 2018
from Odisha Reporter http://bit.ly/2RhpJqw

No comments:
Post a Comment