
ମୁମ୍ବାଇ: ଗୋଟିଏ ପଟେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ବଲିଉଡ୍ର ଭେଟରାନ୍ ଅଭିନେତା ନସୀରୁଦ୍ଦିନ ଶାହ ତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ପୂର୍ବରୁ ବିରାଟ୍ଙ୍କୁ ବିଶ୍ୱର ସବୁଠାରୁ ଅଭଦ୍ର ଖେଳାଳି କହିଥିବା ନସୀରୁଦ୍ଦିନ ପୁଣି ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି।
ସେ କହିଛନ୍ତି ବିରାଟ୍ ନିଜର ସଂଯମ ଏବଂ ଆତ୍ମସମ୍ନାନବୋଧ ପ୍ରତି ଦୃଷ୍ଟି ଦେଇ ଆଚରଣ ପ୍ରଦର୍ଶନ କରିବା ଦରକାର। କାରଣ ଲୋକମାନେ କ୍ୟାମେରାରେ ତାଙ୍କ ଓଠର ମୁଭମେଣ୍ଟରୁ ସବୁ କିଛି ବୁଝି ପାରୁଛନ୍ତି। ମୁଁ ବିରାଟ୍ଙ୍କ ଖେଳ ଦେଖିବାକୁ ପାଗଳ। କିନ୍ତୁ ସେ ତାଙ୍କ ପୂର୍ବତନ ଅଧିନାୟକ(ମହେନ୍ଦ୍ର ସିଂହ ଧୋନି)ଙ୍କ ଠାରୁ କିଛି ଶିଖିବା ଦରକାର।
ବିରାଟ୍ ପଡ଼ିଆରେ ଯେଉଁ ଭଳି ବ୍ୟବହାର କରୁଛନ୍ତି, ସେ ବିଷୟରେ ଥରେ ଚିନ୍ତା କରିବା ଦରକାର। ବିରାଟ୍ ପଡ଼ିଆ ଭିତରେ ଯାହା କହୁଛନ୍ତି, ତାହା ଲୋକମାନେ ସ୍ଲୋ-ମୋଶନ୍ରେ ପଢ଼ିପାରୁଛନ୍ତି। ତେଣୁ ବିରାଟ ତାଙ୍କ ପୂର୍ବ ଅଧିନାୟକ କେମିତି ଆତ୍ମସମ୍ମାନର ସହ ଖେଳୁଥିଲେ ସେକଥା ବୁଝି ତଦନୁଯାୟୀ ଆଚରଣ ପାରଦର୍ଶନ କରିବା ଦରକାର।”
from Odisha Reporter http://bit.ly/2GIk88m
No comments:
Post a Comment