୨୩ ବର୍ଷ ତଳର ଏହି ‘ସ୍ମୃତି’ ପାଇଁ ସୈଫ୍‌ଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ର ମନ୍ତ୍ରୀ ଇରାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

୨୩ ବର୍ଷ ତଳର ଏହି ‘ସ୍ମୃତି’ ପାଇଁ ସୈଫ୍‌ଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ର ମନ୍ତ୍ରୀ ଇରାନୀ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ବିବାହ ଉତ୍ସବରେ ଦେଶ ବିଦେଶର ବହୁ ନାମୀ ଦାମୀ ବ୍ୟକ୍ତି ସାମିଲ୍‌ ହୋଇଥିଲେ। ମେଗାଷ୍ଟର୍‌ ଅମିତାଭ୍ ବଚ୍ଚନ ଓ ମିଷ୍ଟର୍‌ ପର୍‌ଫେକସନିଷ୍ଟ୍‌ ଆମୀର୍‌ ଖାନ୍‌ ଏହି ବିବାହ ଉତ୍ସବରେ ଅତିଥିଙ୍କୁ ଖାଦ୍ୟ ପରଷୁ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ପାର୍ଟିରେ ବଲିଉଡ୍‌ ଅଭିନେତା ସୈଫ୍ ଅଲି ଖାନ୍‌ଙ୍କୁ ଭେଟିବା ପରେ କେନ୍ଦ୍ର ମନ୍ତ୍ରୀ ତଥା ବିଗତ ଦିନର ଲୋକପ୍ରିୟ ଟେଲି ଅଭିନେତ୍ରୀ ସ୍ମୃତି ଇରାନୀ ୨୩ ବର୍ଷ ତଳର ଏକ ସ୍ମରଣୀୟ କଥା ଶେୟାର୍‌ କରିଛନ୍ତି।

ପାର୍ଟିରେ ସୈଫ୍‌ଙ୍କ ସହ ଉଠାଇଥିବା ଏକ୍ ସେଲ୍‌ଫିକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରି ସ୍ମୃତି ଇରାନୀ ସେହି ପୁରୁଣା ‘ସ୍ମୃତି’ର ରୋମନ୍ଥନ କରିଛନ୍ତି। ବି’ ଟାଉନ୍‌ରେ ନିଜ ଭାଗ୍ୟ ପରୀକ୍ଷା ପାଇଁ ନୂଆଦିଲ୍ଲୀରୁ ମୁମ୍ବାଇ ନୂଆ ନୂଆ ଆସିଥିବା ବେଳର କଥା ମନେ ପକାଇ କେନ୍ଦ୍ର ମନ୍ତ୍ରୀ ଇରାନୀ ଲେଖିଛନ୍ତି, “୨୩ ବର୍ଷ ତଳେ ସଫଳତାର ପାହାଚ ଚଢ଼ୁଥିବା ଜଣେ ତାରକା ନୂଆଦିଲ୍ଲୀରୁ ଆସିଥିବା ଜଣେ ନବାଗତଙ୍କୁ ବ୍ୟସ୍ତବହୁଳ ମୁମ୍ବାଇର କୋଳାହଳ ପରିବେଶରେ ସୁରକ୍ଷିତ କ୍ୟାରିଅର୍‌ ଗଢ଼ିବ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ, ଯେତେବେଳେ ନବାଗତ କଳାକାରଙ୍କ ଏବର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କରେ ତାଙ୍କୁ କିଛି ବି ଜଣା ନ ଥିଲା। ତେବେ ଏଭଳି ପରାମର୍ଶ ଓ ‘ସ୍ମୃତି’ ପାଇଁ ସୈଫ୍‌ ଅଲି ଖାନ୍‌, ତୁମକୁ ଧନ୍ୟବାଦ।”

ଏବେ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରରେ ବୟନ ଶିଳ୍ପ ମନ୍ତ୍ରୀ ଥିବା ସ୍ମୃତି ଇରାନୀ “କ୍ୟୁଁ କି ଶାଶ୍‌ ଭି କଭି ବହୂ ଥି”ର ତୁଳସୀ ଚରିତ୍ର ସମେତ ବହୁ ଟେଲିଭିଜନ୍‌ ଧାରାବାହିକରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ସ୍ମୃତି ବ୍ୟବସାୟୀ ଜୁବିନ୍‌ ଇରାନୀଙ୍କୁ ବିବାହ କରିଛନ୍ତି।

୧୨ ତାରିଖରେ ଆୟୋଜିତ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବରେ ପତ୍ନୀ କରୀନା କପୁର୍‌ ଓ ଦେଢ଼ଶାଶୂ କରିସ୍ମାଙ୍କ ସହ ସୈଫ୍‌ ସାମିଲ୍‌ ହୋଇଥିଲେ।



from Odisha Reporter https://ift.tt/2UMnp9J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages