
ଗୁଆଙ୍ଗଝୁ(ଚୀନ୍): ଚଳିତ ସିଜନ୍ର ଅନ୍ତିମ ବିଶ୍ୱ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ସିନ୍ଧୁ ଚୀନ୍ର ଗୁଆଙ୍ଗଝୁଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ୱାର୍ଲଡ ଟୁର ଫାଇନାଲ୍ସ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ପହଞ୍ଚି ଯାଇଛନ୍ତି। ସେ ଆସନ୍ତାକାଲି ଟ୍ରଫି ପାଇଁ ଜାପାନର ନିଜୋମି ହୁକୁହାରଙ୍କ ସହ ଲଢ଼େଇ କରିବେ। ଗତଥର ମଧ୍ୟ ୱାର୍ଲଡ ଟୁର ଫାଇନାଲ୍ସର ଫାଇନାଲ୍ରେ ସିନ୍ଧୁ ପ୍ରଵେଶ କରିଥିଲେ ହେଁ ରନର୍ସଅପ୍ ହୋଇଥିଲେ।
ଆଜିର ସେମିଫାଇନାଲ୍ରେ ସିନ୍ଧୁଙ୍କ ମୁକାବିଲା ୨୦୧୩ ବିଶ୍ୱ ଚାମ୍ପିୟନ ରଚାନକ ଇନ୍ଟାନନଙ୍କ ସହ ହୋଇଥିଲା। ମ୍ୟାଚ୍ ଆରମ୍ଭରୁ ସିନ୍ଧୁ ନିଜର ଦବଦବା ପ୍ରଦର୍ଶନ କରି ପ୍ରଥମ ସେଟ୍କୁ ୨୧-୧୬ରେ ଜିତି ନେଇଥିଲେ।
ଦ୍ୱିତୀୟ ସେଟ୍ ଆରମ୍ଭରୁ ମଧ୍ୟ ସିନ୍ଧୁ ଜବରଦସ୍ତ ଶଟ୍ ମାରୁଥିଲେ। ହେଲେ ଇନ୍ଟାନନ କମ୍ବ୍ୟାକ୍ କରି ଆଗୁଆ ହୋଇଯାଇଥିଲେ। ଏପରି କି ଦ୍ୱିତୀୟ ସେଟ୍କୁ ଜିତିବା ସ୍ଥିତିରେ ପହଞ୍ଚି ଯାଇଥିଲେ। କିନ୍ତୁ ସିନ୍ଧୁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ସେଟ୍ରେ ଇନ୍ଟାନନଙ୍କୁ ୨୫-୨୩ରେ ପରାସ୍ତ କରିଦେଇଥିଲେ। ଏହି ବିଜୟ ସହ ସିନ୍ଧୁ ଫାଇନାଲ୍ ଟିକେଟ୍ ମଧ୍ୟ ହାସଲ କରି ନେଇଛନ୍ତି।
ଅନ୍ୟପକ୍ଷରେ ଭାରତର ପୁରୁଷ ବର୍ଗର ଅଭିଯାନ ଶେଷ ହୋଇଛି। ଆଜି ସମୀର ବର୍ମା ସେମି ଫାଇନାଲ୍ ମ୍ୟାଚ୍ରେ ବିଶ୍ୱର ୨ ନଂ ତଥା ଚୀନ୍ର ଷ୍ଟାର ଶଟଲର ଶି ୟୁକିଙ୍କ ଠାରୁ ୨-୧ ସେଟ୍ରେ ହାରି ଯାଇଛନ୍ତି।
ସମୀର ବର୍ମା ପ୍ରଥମ ସେଟ୍କୁ ଏକପାଖିଆ ଭାବେ ୨୧-୧୨ରେ ଜିତି ନେଇଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ସେଟ୍ରେ ୟୁକି କମ୍ବ୍ୟାକ୍ କରି ୨୨-୨୦ ଏବଂ ୨୧୦୧୭ରେ ମ୍ୟାଚ ଜିତି ନେଇ ଫାଇନାଲ୍ରେ ପ୍ରବେଶ କରିଛନ୍ତି।
from Odisha Reporter https://ift.tt/2CffF8X
No comments:
Post a Comment