ଏଥର ଏମିତି ଜନ୍ମଦିନ ପାଳିବେ ‘ଦବଙ୍ଗ୍‌ ଖାନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ଏଥର ଏମିତି ଜନ୍ମଦିନ ପାଳିବେ ‘ଦବଙ୍ଗ୍‌ ଖାନ୍‌’

ମୁମ୍ବାଇ: ଆଉମାତ୍ର ଦୁଇଦିନ ରହିଲା ବଲିଉଡ୍‌ ‘ଦବଙ୍ଗ ଖାନ୍‌’ ସଲମାନ୍‌ଙ୍କ ଜନ୍ମ ଦିନ। ଆସନ୍ତା ୨୭ରେ ‘ଭାଇଜାନ୍‌’ଙ୍କୁ ୫୩ ବର୍ଷ ହେବାକୁ ଯାଉଛି। ଏଥର ଜନ୍ମ ଦିନ ପାଳିବା ପାଇଁ ନିଜେ ସଲମାନ୍‌ ବି ପ୍ରସ୍ତୁତି ଆରମ୍ଭ କରି ସାରିଲେଣି।

ତେବେ ପ୍ରତି ବର୍ଷ ଭଳି ସଲମାନ୍‌ ଏଥର ମଧ୍ୟ ନିଜ ଜନ୍ମଦିନ ପରିବାର ସହ ପାଳିବେ, କିନ୍ତୁ ଟିକେ ଭିନ୍ନ ଅନ୍ଦାଜରେ ଏହି ସେଲିବ୍ରେସନ୍ ହେବ। ଏଥର ‘ଦବଙ୍ଗ ଖାନ୍‌’ଙ୍କ ବର୍ଥ ଡେ’ ସେଲିବ୍ରେସନ୍‌ ଦୁଇ ଦିନ ଧରି ପନଭେଲ୍‌ସ୍ଥିତ ତାଙ୍କ ଫାର୍ମ ହାଉସ୍‌ରେ ଚାଲିବ। ଏଥିରେ ପରିବାର ଲୋକଙ୍କ ସହ ସଲମାନ୍‌ଙ୍କ କିଛି ନିକଟତର ବନ୍ଧୁ ମଧ୍ୟ ସାମିଲ ହେବେ।

ସଲମାନ୍ ନିଜ ମା’ଙ୍କୁ ଖୁବ୍‌ ଭଲ ପା’ନ୍ତି। ତେଣୁ ଏଥର ତାଙ୍କ ଜନ୍ମ ଦିନରେ ମା’, ବାପା ଓ ପରିବାର ଲୋକେ ତ ନିଶ୍ଚୟ ରହିବେ। ତେବେ ଶୁଣିବାକୁ ମିଳୁଛି, ଏଥର ସେଲିବ୍ରେସନ୍‌ରେ କିଛି ନିକଟତର ବନ୍ଧୁଙ୍କ ସମେତ ଏକ୍ସ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନା ଓ ସଙ୍ଗୀତା ବିଜ୍‌ଲାନୀ ମଧ୍ୟ ସାମିଲ୍‌ ହୋଇପାରନ୍ତି।

ସଲମାନ୍‌ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ର ଶୁଟିଂରେ ବ୍ୟସ୍ତ ଥିଲେ। କିନ୍ତୁ ଜନ୍ମ ଦିନ ପରିବାର ସହ ପାଳିବା ପାଇଁ ସେ ଶୁଟିଂ ବନ୍ଦ ରଖିଛନ୍ତି। ଜନ୍ମଦିନ ସେଲିବ୍ରେସନ୍‌ ପରେ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୧୯ ଜାନୁଆରୀରେ ଶୁଟିଂ ପୁଣିଥରେ ଆରମ୍ଭ ହେବ। ‘ଭାରତ’ର ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜଫର୍‌ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ।

ମଲ୍ଟିଷ୍ଟାରର୍ ଫିଲ୍ମ ‘ଭାରତ’ରେ ‘ଦବଙ୍ଗ ଖାନ୍‌’ଙ୍କ ବ୍ୟତୀତ ଦିଶା ପଟାନୀ, ଜ୍ୟାକି ଶ୍ରଫ୍, କ୍ୟାଟ୍ରିନା କୈଫ୍, ଶଶାଙ୍କ ଶନି ରୋଡ଼ା, ତବୁ ଓ ସୁନୀଲ ଗ୍ରୋବର୍‌ଙ୍କ ଭଳି ଷ୍ଟାର୍‌ ନଜର ଆସିବେ। ନିକଟରେ ଖବର ଆସିଥିଲା ଯେ ବରୁଣ ଧାୱନ୍ ମଧ୍ୟ ଏହି ଫିଲ୍ମରେ ଗେଷ୍ଟ୍‌ ଆପିଅରାନ୍ସ୍‌ ଦେବେ। ପୂର୍ବରୁ ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ନାଁ ମଧ୍ୟ ଫିଲ୍ମର ଷ୍ଟାର୍‌ କାଷ୍ଟରେ ଥିଲା, ହେଲେ ପ୍ରିୟଙ୍କା ପରେ ଏହି ଫିଲ୍ମରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଥିଲେ।

‘ଭାରତ’ ଆସନ୍ତା ବର୍ଷ ଇଦ୍‌ରେ ରିଲିଜ୍‌ ହେବ। ଏହି ମୁଭିର ବଜେଟ୍‌ ପାଖାପାଖି ୧୮୦ କୋଟି, ଯାହାକୁ ଏଯାଏ ସଲମାନ୍‌ଙ୍କ ସବୁଠୁ ହାଇବଜେଟ୍‌ ପିଲ୍ମ ବୋଲି କୁହାଯାଉଛି। ଫିଲ୍ମରେ ସଲମାନ୍‌ ଭିନ୍ନ ଭିନ୍ନ କ୍ୟାରେକ୍ଟର୍‌ରେ ନଜର ଆସିବେ।



from Odisha Reporter http://bit.ly/2QOSAmn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages