
ମୁମ୍ବାଇ:ବଲିଉଡ୍ର ଶ୍ରେଷ୍ଠ ଯୋଡ଼ିଙ୍କ ମଧ୍ୟରେ ଗୋଟିଏ ଯୋଡ଼ି ହେଉଛି ରିତେଶ୍ ଦେଶ୍ମୁଖ୍ ଓ ଜେନେଲିଆ ଡିସୋଜା। ରିଲ୍ ଲାଇଫ୍ ହେଉ କି ରିଅଲ୍ ଲାଇଫ୍ ଦୁହିଁଙ୍କ କେମେଷ୍ଟ୍ରି ଖୁବ୍ ଭଲ। ଦୁହିଁଙ୍କୁ ଅନେକ ଦିନ ହେଲା ପରଦାରେ ଏକାଠି ଦେଖିବାକୁ ମିଳୁ ନ ଥିଲା। ଦୁହେଁ ୪ ବର୍ଷ ପରେ ମରାଠୀ ଫିଲ୍ମ ‘ମୌଲି’ ଜରିଆରେ ଜଲଓ୍ଵା ଦେଖାଇବାକୁ ଯାଉଛନ୍ତି। ତେବେ ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଫ୍ୟାନ୍ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗି ରହିଛି।
ରିତେଶ୍ ନିଜ ଫ୍ୟାନ୍ ମାନଙ୍କ ସହ ‘ମୌଲି’ ଫିଲ୍ମର ଭିଡିଓ ଶେଆର କରି ପତ୍ନୀ ଜେନେଲିଆଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ୪ ବର୍ଷ ପୂର୍ବରୁ ଜେନେଲିଆ ରିତେଶଙ୍କ ପ୍ରଥମ ମରାଠୀ ଫିଲ୍ମ ‘ଲାଇ ଭାରୀ’ ମାଧ୍ୟମରେ ଡେବ୍ୟୁ କରିଥିଲେ । ସିନେମା ‘ନାଲ ଲଭ ହୋ ଗୟା’, ‘ତୁଝେ ମେରି କସମ’ ଓ ‘ମସ୍ତି’ ଜରିଆରେ ରିତେଶ ଦେଶମୁଖ ଓ ଜେନେଲିଆଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା।
ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରାୟ ୯ବର୍ଷ ଉଭୟ ଡେଟ୍ କରିବା ପରେ ୨୦୧୨ ଫେବୃୟାରି ୩ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଦୁହିଁଙ୍କ ଆଗାମୀ ଫିଲ୍ମ ‘ମୌଲୀ’ ଡିସେମ୍ବର ୨୧ରେ ରିଲିଜ୍ ହେବ।
from Odisha Reporter https://ift.tt/2rkJ3EM
No comments:
Post a Comment