ସୁଷମାଙ୍କ ରାସ୍ତାରେ ଉମା ଭାରତୀ, କହିଲେ ୨୦୧୯ ନିର୍ବାଚନ ଲଢ଼ିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ସୁଷମାଙ୍କ ରାସ୍ତାରେ ଉମା ଭାରତୀ, କହିଲେ ୨୦୧୯ ନିର୍ବାଚନ ଲଢ଼ିବେନି

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଭଳି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ମଧ୍ୟ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ ଆସନ୍ତା ୨୦୧୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଦୁଇ ଜଣ ମହିଳା କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଘୋଷଣା ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ଆଜି ଭୋପାଲ୍‌ରେ ଉମା ଭାରତୀ କହିଛନ୍ତି, “ ମୁଁ ୨୦୧୯ ନିର୍ବାଚନ ଲଢ଼ିବାକୁ ଚାହୁଁନାହିଁ। ଆସନ୍ତା ଦେଢ଼ ବର୍ଷ କେବଳ ରାମ ମନ୍ଦିର ଓ ଗଙ୍ଗା ସଫେଇ ଉପରେ ବିଶେଷ ଧ୍ୟାନ ଦେବି। କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରୁ କୌଣସି ପ୍ରକାରର ସନ୍ୟାସ ନେବି ନାହିଁ। ଜାନୁଆରୀ ୧ଠାରୁ ମୁଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ଗଙ୍ଗା ସଫେଇ ପାଇଁ କାର୍ଯ୍ୟ ଆରମ୍ଭ କରିବି।”

ଉତ୍ତର ପ୍ରଦେଶର ଝାନ୍‌ସୀ-ଲଳିତପୁର ନିର୍ବାଚନମଣ୍ଡଳୀରୁ ସାଂସଦ ହୋଇଥିବା ଉମା ଭାରତୀ ପିଇବା ପାଣି ଓ ପରିମଳ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଗତ ଫେବୃଆରୀ ମାସରେ ଉମା ଭାରତୀ କହିଥିଲେ, “ଏବେ ମୁଁ ଆଣ୍ଠୁ ଓ ଅଣ୍ଟା ଜନିତ ସମସ୍ୟା ଭୋଗୁଛି। ମୁଁ ବିଶ୍ରାମ ନେବାକୁ ଚାହୁଁଛି। ତେଣୁ ଆସନ୍ତା ୩ ବର୍ଷ ପାଇଁ ମୁଁ କୌଣସି ପ୍ରକାରର ନିର୍ବାଚନ ଲଢ଼ିପାରିବି ନାହିଁ।”

ଏହା ପୂର୍ବରୁ ମଧ୍ୟପ୍ରଦେଶର ବିଦିଶାରୁ ସାଂସଦ ହୋଇଥିବା ସୁଷମା ସ୍ୱରାଜ ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କହିଥିଲେ।



from Odisha Reporter https://ift.tt/2G0PzL3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages