ବିବାହ ପରର ଅନୁଭୂତି ଶେଆର କଲେ ଦୀପିକା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ବିବାହ ପରର ଅନୁଭୂତି ଶେଆର କଲେ ଦୀପିକା…

ମୁମ୍ବାଇ: ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହଙ୍କ ବାହାଘରକୁ ଗୋଟିଏ ମାସ ପୂରିଗଲାଣି। ବାହାଘରର ମାସେ ପରେ  ଦୀପିକା ନିଜ ବାହାଘରର ଏକ୍ସପିରିଏନ୍ସ ଶେଆର କରିଛନ୍ତି। ବାହାଘର ପରେ ଫିଲ୍ମ ଫେୟାରକୁ ଦେଇଥିବା ସାକ୍ଷାତକାରରେ  ଦୀପିକା ବାହାଘର ସମ୍ବନ୍ଧିତ ଅନେକ କଥା ଶେଆର କରିଛନ୍ତି।

ଦୀପିକା କହିଛନ୍ତି, ‘ଯେତେବେଳେ ରଣବୀର ମୋ ମଥାରେ ସିନ୍ଦୂର ଦେଉଥିଲେ ମୋତେ ମୋ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ଡାଇଲଗ୍‌ ‘ଏକ୍‌ ଚୁଟ୍‌କି ସିନ୍ଦୁର କି କିମତ୍‌ ତୁମ୍‌ କ୍ୟା ଜାନୋ’ ଡାଇଲଗ୍‌ ମନେ ପଡ଼ିଯାଇଥିଲା। ଆଉ ସେ ଡାଇଲଗ୍‌ ରିଅଲ୍‌ ଲାଗିଥିଲା। ଫିଲ୍ମ ଓ ରିଅଲ୍‌ ଲାଇଫ୍‌ରେ ଲୋକଙ୍କୁ ବାହାହେବା ଦେଖିଛି। ଯେତେବେଳେ ଏସବୁ ମୋ ସହ ହେଉଥିଲା ମୋତେ ଖୁବ୍‌ ଭଲ ଲାଗୁଥିଲା।

ସେହି ସାକ୍ଷାତକାରରେ ଦୀପିକା କହିଥିଲେ, ‘‘ରଣବୀର ତାଙ୍କ ବାପାମା’ଙ୍କଠୁ ଅଧିକ ମତେ ଭୟ କରନ୍ତି। ମୁଁ ଅନେକ ଏକୁଟିଆ ଥିଲି। କିନ୍ତୁ ଏବେ ଆମ ଏକାଠି ରହୁଛୁ। ରଣବୀର ତାଙ୍କ କାମକୁ ଯାଉଛନ୍ତି ଆଉ ମୁଁ ମୋ କାମକୁ କିନ୍ତୁ ସକାଳେ ଆମେ ଦୁହେଁ ଏକାଠି ଶୋଇକି ଉଠୁଛୁ। ଏହା ବାହାଘରର ସବୁଠୁ ଭଲ କଥା।

ଦୀପିକା ନିଜ ବାହାଘର ସମ୍ପର୍କିତ ଆଉ ଏକ ଖୁଲାସା କରିଥିଲେ ଯାହା ହୁଏତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ବାହାଘର ପରେ ନିଜ ସର୍‌ନେମ୍‌କୁ ନେଇ ଦୀପିକା କହିଲେ, ‘‘ମୋ ନାଁ ହେଉଛି ଦୀପିକା ପାଦୁକୋନ୍‌ ରଣବୀର ସିଂହ ପାଦୁକୋନ୍‌ଙ୍କ ପତ୍ନୀ।



from Odisha Reporter http://bit.ly/2TbEecJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages