ଜାନୁଆରୀ ୪ ତାରିଖରୁ ଅଯୋଧ୍ୟା ମାମଲାର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ଜାନୁଆରୀ ୪ ତାରିଖରୁ ଅଯୋଧ୍ୟା ମାମଲାର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୪ ତାରିଖରୁ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ମାମଲାର ଶୁଣାଣି ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହାର ଶୁଣାଣି କରିବେ।

ଅକ୍ଟୋବର ମାସରେ ୪ ମିନିଟ୍‌ର ଏହି ମାମଲାର ଶୁଣାଣି କଲା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହାର ଜରୁରୀ ଶୁଣାଣି କରିବାକୁ ସମ୍ମତ ହୋଇନଥିଲେ। କହିଥିଲେ, କୋର୍ଟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ଅଛି। ଏହା ପରେ ରାମ ମନ୍ଦିର ଗଠନ ପାଇଁ ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ହିନ୍ଦୁ ସଂଗଠନ ମାନେ ଶାସକ ଦଳ ବିଜେପି ଉପରେ ଚାପ ପ୍ରୟୋଗ ଆରମ୍ଭ କରିଥିଲେ।

ବିଜେପି ମତ ରଖି ଆସୁଛି ଯେ ସୁପ୍ରିମ୍‌କୋର୍ଟ ଏହି ପ୍ରସଙ୍ଗରେ ପ୍ରତିଦିନ ଶୁଣାଣି କରନ୍ତୁ। ଏହାଫଳରେ ଏହି ବିବାଦର ସମାଧାନ ଶୀଘ୍ର ସମ୍ଭବପର ହୋଇପାରିବ। ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ହିନ୍ଦୁ ସଂଗଠନଙ୍କ ବ୍ୟତୀତ ବିଜେପିର ମେଣ୍ଟ ସହଯୋଗୀ ଶିବସେନା ମଧ୍ୟ ଅଯୋଧ୍ୟାରେ ଜନସମାବେଶ କରି ବିଜେପି ଉପରେ ଚାପ ପ୍ରୟୋଗ କରିଥିଲା।



from Odisha Reporter http://bit.ly/2CvAY6q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages