ଘରେ ତିଆରି କରନ୍ତୁ ବ୍ରେଡ୍‌ ଚକୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଘରେ ତିଆରି କରନ୍ତୁ ବ୍ରେଡ୍‌ ଚକୁଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ସାଧାରଣତଃ ବିରି, ଚାଉଳ ବା ଅଟା ତିଆରି ଚକୁଳି ଖାଇଥିବେ। ତେବେ ଆଜି ଆମେ ଆପଣଙ୍କୁ ବ୍ରେଡ୍‌ରୁ ତିଆରି ହେଉଥିବା ଚକୁଳିର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ଚିନି, ମଇଦା, ଦହି, ପିଆଜ, ଟମାଟୋ, କ୍ୟାପ୍‌ସିକମ୍‌, ଧନିଆ ପତ୍ର, କଞ୍ଚା ଲଙ୍କା, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ ପିସ୍‌ର ଚାରିକଡ଼କୁ କାଟି ଅଲଗା କରନ୍ତୁ। ଏବେ ଏକ ପାତ୍ରରେ ବ୍ରେଡ୍‌, ମଇଦା, ସୁଜି, ଲୁଣ ଓ ଦହିରେ ଅଳ୍ପ ପାଣି ଦେଇ ଏ ସବୁକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚକୁଳି ପାଇଁ ଆଣ।

ବର୍ତ୍ତମାନ ଏକ ତାୱା ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ, ଏହା ଉପରେ ଏହି ବ୍ରେଡ୍ ଆଣ ପକାଇ ଚକୁଳି ଭଳି ଗୋଲ କରନ୍ତୁ।

ଏହା ଉପରେ କଟା ପିଆଜ, ଟମାଟୋ, କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାନ୍ତୁ। କିଛି ସମୟ ପରେ ତଳପଟ ହୋଇଗଲେ ପିଠାଟିକୁ ଓଲଟାଇ ଦିଅନ୍ତୁ।

ପିଠାର ଚାରିପଟେ ଆଉ ଟିକେ ତେଲ ଦିଅନ୍ତୁ। ଉଭୟ ପାର୍ଶ୍ୱ ଭଲ ଭାବେ ସେକି ହୋଇଗଲା ପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ବ୍ରେଡ୍‌ ଚକୁଳି’। ଏହାକୁ ଚଟଣୀ କିମ୍ବା ସସ୍‌ ସହ ଗରମ ଗରମ ପରଷନ୍ତୁ।



from Odisha Reporter http://bit.ly/2Q5mqy5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages