ସରିଲା ନାଲ୍‌କୋ ଓପନ୍ ଟେନିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ସରିଲା ନାଲ୍‌କୋ ଓପନ୍ ଟେନିସ୍‌

nalco

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡ଼ିୟମ୍‌ରେ ତିନି ଦିନ ଧରି ଚାଲିଥିବା ଅଲ୍ ଓଡ଼ିଶା ନାଲକୋ ଓପନ୍ ଟେନିସ୍ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୨ବର୍ଷରୁ କମ୍ ବାଳକ ବର୍ଗରେ ଦେବାଶିଷ ସାହୁ, ୧୬ବର୍ଷରୁ କମ୍ ବାଳକ ବର୍ଗରେ ଅଭିଷେକ ମହାପାତ୍ର ଓ ୧୪ବର୍ଷରୁ କମ୍ ବାଳିକା ବର୍ଗରେ ଦୀକ୍ଷା ରାଉତ ଚାମ୍ପିଅନ୍ ହୋଇଛନ୍ତି।

ସେହିପରି ମହିଳା ଏକକ ବର୍ଗରେ ଭାର୍ଗବୀ କାଲଗା ଓ ପୁରୁଷ ଏକକ ବର୍ଗରେ ଅଶୁଂ ଭୂୟାଁ ଚାମ୍ପିଅନ ହୋଇଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟରେ କବିର ହଂସ ଏବଂ ଜୟ ନିଶାଙ୍କ ଯୋଡ଼ି ଚାମ୍ପିଅନ୍ ହୋଇଛନ୍ତି।

୪୦ବର୍ଷରୁ ଊର୍ଦ୍ଧ୍ୱ ଭେଟାରନ୍‌ ଡବଲ୍ସରେ ବିବେକ ତିବରଓ୍ୱାଲ ଓ ପ୍ରଶାନ୍ତ ପାତ୍ର, ୫୦ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ଇଭେଣ୍ଟେରେ ଚୋଇ ଜେ.ଏଚ୍. ଏବଂ ସରୋଜ କୁମାର ଦାଶ ମହାପାତ୍ର ବିଜୟୀ ହୋଇଛନ୍ତି। ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ଜେ. ଗନ୍ତା ଓ ପ୍ରମୋଜ କୁମାର ପଟ୍ଟନାୟକ ଯୋଡ଼ି ଚମ୍ପିଅନ୍ ହୋଇଛନ୍ତି।

ଉଦ୍‌ଯାପନୀ ଉତ୍ସବରେ ନାଲୋକ ସିଏମ୍‌ଡି ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ।



from Odisha Reporter http://bit.ly/2EJStBw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages