ରାଶି ହିସାବରେ ଚାକିରି ପାଇଁ କରନ୍ତୁ ଏମିତି କିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ରାଶି ହିସାବରେ ଚାକିରି ପାଇଁ କରନ୍ତୁ ଏମିତି କିଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଠପଢ଼ା ସରିବା ପରେ ଚାକିରି କରିବା ସମସ୍ତଙ୍କ ଜୀବନର ଲକ୍ଷ୍ୟ ଥାଏ। କିଛି ଲୋକ ପ୍ରୟାସ କରିବା ପରେ ମଧ୍ୟ ସଫଳ ହୋଇ ନ ଥାନ୍ତି।  ଚାକିରି ନ ପାଇଲେ ପୂଜାପାଠ ଆଦି କରିଥାନ୍ତି। ହେଲେ ଏମିତି ସ୍ଥିତିରେ ବାସ୍ତୁ ବିଧାନ ରହିଛି। ଯାହା କରିବା ଦ୍ୱାରା ଆପଣ ସୁଫଳ ପାଇବେ।

କୁହାଯାଏ, କି କିଛି ନିର୍ଦ୍ଧିଷ୍ଟ ଉପାୟ କରିବା ଦ୍ୱାରା ଚାକିରି ପାଇବା ଦିଗରେ ଥିବା ଆସୁଥିବା ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା, ରାଶି ଅନୁସାରେ କେଉଁ ସବୁ ଉପାୟ କଲେ, ଭବିଷ୍ୟତରେ ଆପଣଙ୍କୁ ଚାକିରି ମିଳିବା ପାଇଁ ସୁବିଧା ହେବ।

ମେଷ : ଏହି ରାଶିର ବ୍ୟକ୍ତି ଚାକିରି ପାଇବା ପାଇଁ ଲଗାତାର ୨୭ ଦିନ ପର୍ଯ୍ୟନ୍ତ ସକାଳେ ଗଣେଷଙ୍କୁ ଦୁବ ଅର୍ପଣ କରନ୍ତୁ।

ବୃଷ : ଏହି ରାଶିର ବ୍ୟକ୍ତି ୨୭ ଦିନ ପର୍ଯ୍ୟନ୍ତ ଭଗବାନ ଶିବଙ୍କୁ ସୁଗନ୍ଧିତ(ଚନ୍ଦନ, ବାସ୍ନା ଫୁଲ, କର୍ପୁର) ଦ୍ରବ୍ୟ ଅର୍ପଣ କରନ୍ତୁ।

ମିଥୁନ : ଏହି ରାଶିର ବ୍ୟକ୍ତି ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।

କର୍କଟ : ଏହି ରାଶିରେ ଜାତ ବ୍ୟକ୍ତି ଶନିବାର ସନ୍ଧ୍ୟାରେ ବର ଗଛ ତଳେ ଦୀପ ଜାଳନ୍ତୁ।

ସିଂହ : ଏହି ରାଶିର ବ୍ୟକ୍ତି ଚାକିରି ପାଇବା ପାଇଁ ୨୭ ଦିନ ପର୍ଯ୍ୟନ୍ତ ଶିବଲିଙ୍ଗ ଉପରେ ଜଳ ଚଢ଼ାନ୍ତୁ।

କନ୍ୟା : କନ୍ୟା ରାଶିର ବ୍ୟକ୍ତି ଲଗାତାର ୨୭ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ସମ୍ମୁଖରେ ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ।

ତୁଳା : ତୁଳା ରାଶିର ବ୍ୟକ୍ତି ୨୭ ଦିନ ପର୍ଯ୍ୟନ୍ତ ଗରିବଙ୍କୁ ପାଚିଲା କଦଳୀ ଦାନ କରନ୍ତୁ।

ବିଚ୍ଛା : ଏହି ରାଶିର ବ୍ୟକ୍ତି ଚାକିରି ପାଇବା ପାଇଁ ୯ ଦିନ ପର୍ଯ୍ୟନ୍ତ ସଂନ୍ଧ୍ୟା ସମୟରେ ଧଳା ବସ୍ତୁ ଦାନ କରନ୍ତୁ।

ଧନୁ : ଏହି ରାଶିର ବ୍ୟକ୍ତି ୨୭ ଦିନ ପର୍ଯ୍ୟନ୍ତ ସକାଳେ ହନୁମାନ ଚାଳିଶା ପାଠ କରନ୍ତୁ।

ମକର : ଏହି ରାଶିର ବ୍ୟକ୍ତି ୨୭ ଦିନ ପର୍ଯ୍ୟନ୍ତ ଗଣେଷଙ୍କୁ ଭୋଗରେ ଲଡୁ ଅର୍ପଣ କରନ୍ତୁ।

କୁମ୍ଭ : ଏହି ରାଶିର ବ୍ୟକ୍ତି ୨୭ ଦିନ ପର୍ଯ୍ୟନ୍ତ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ।

ମୀନ : ଏହି ରାଶିର ବ୍ୟକ୍ତି ୯ ଦିନ ପର୍ଯ୍ୟନ୍ତ ବରଗଛ ତଳେ ସୋରିଷ ତେଲରେ ଦୀପ ଜାଳନ୍ତୁ।



from Odisha Reporter https://ift.tt/2PMgZDG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages