ରାହୁଲ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି- ଅଖିଲେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ରାହୁଲ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି- ଅଖିଲେଶ

ନୂଆଦିଲ୍ଲୀ: ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲା ଭଳି ପରିସ୍ଥିତି ଏବେ ମୋଦି ସରକାରଙ୍କ ବିରୋଧରେ ଗଠନ ହେବାକୁ ଥିବା ମହାମେଣ୍ଟରେ ଦେଖିବାକୁ ମିଳିଛି। କଂଗ୍ରେସ ୩ ରାଜ୍ୟରେ କ୍ଷମତା ଦଖଲ କରିବା ପରେ ଆୟୋଜନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ ଉତ୍ସବରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ଏହି ସମୟରେ ଡିଏମକେ ସୁପ୍ରିମୋ ଏମ୍‌କେ ଷ୍ଟାଲିନ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସାମ୍ଭାବ୍ୟ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ପ୍ରସ୍ତାବ ଦେଇଥିଲେ। ତେବେ ଏହି ମହାମେଣ୍ଟରେ ସାମିଲ ହେବାକୁ ଥିବା ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ପରୋକ୍ଷରେ ରାହୁଲ ଗାନ୍ଧି ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ମହାମେଣ୍ଟରେ ଥିବା ଗୋଟିଏ ଦଳର ମତ ସମସ୍ତ ଅଂଶୀଦାରଙ୍କ ମତନୁହେଁ। ଅଖିଲେଶଙ୍କ ଏଭଳି ମତ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ପାଇଁ ଦେଖୁଥିବା ସ୍ୱପ୍ନକୁ ଶକ୍ତ ଝଟ୍‌କା ଦେଇଛି।

କଂଗ୍ରେସର ମୁଖ୍ୟମନ୍ତ୍ରୀମାନେ ୩ ରାଜ୍ୟର ଶପଥ ନେବା ସମୟରେ ପ୍ରାୟ ସବୁ ବିରୋଧୀ ଦଳର ନେତା ସାମିଲ ଥିଲେ। କିନ୍ତୁ ଏଥିରେ ଅଖିଲେଶ, ବିଏସ୍‌ପି ମୁଖ୍ୟ ମାୟାବତୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହୋଇ ନଥିଲେ।

ଆଜି ଅଖିଲେଶଙ୍କୁ ଷ୍ଟାଲିନ୍‌ ଦେଇଥିବା ପ୍ରସ୍ତାବ ଉପରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି, “ ଯଦି ଜଣେ ବ୍ୟକ୍ତି ତାଙ୍କର ବ୍ୟକ୍ତିଗତ ମତ ଦେଉଛନ୍ତି, ତା’ହେଲେ ଏହାକୁ ଗୁରୁତ୍ୱର ସହ ନେବା ଦରକାର ନାହିଁ। ଜଣଙ୍କ ମତ ସହ ସମଗ୍ର ମହାମେଣ୍ଟରେ ସାମିଲ ହେବାକୁ ଥିବା ଦଳର ମତ ଭାବିବା ଅନୁଚିତ। ଅର୍ଥାତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ, ହେବ ତାକୁ ନେଇ ଏମିତି ପ୍ରସ୍ତାବ ସବୁ ଆସିବ।

ଲୋକ ଚାହୁଁଛନ୍ତି ବର୍ତ୍ତମାନର ସରକାର କ୍ଷମତାରୁ ହଟିଯାଆନ୍ତୁ ଏବଂ ମହାମେଣ୍ଟ ଦେଶରେ ଗଠନ ହେଉ। ଆପଣଙ୍କ ମନେଥିବ ତେଲେଙ୍ଗାନର ମୁଖ୍ୟମନ୍ତ୍ରୀ କେସିଆର ବିଭିନ୍ନ ଦଳକୁ ଏକାଠି କରିବାକୁ ଉଦ୍ୟମ କରିଥିଲେ। ସେ ଷ୍ଟାଲିନ୍‌ଙ୍କୁ ଏବଂ ମୋତେ ମଧ୍ୟ ଯୋଗାଯୋଗ କରିଥିଲେ। କେସିଆରଙ୍କ ବ୍ୟତୀତ ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁ ଏବଂ ଶରଦ ପାୱାର ମଧ୍ୟ ମହାମେଣ୍ଟ ଗଠନ କରିବାକୁ ଆଗେଇ ଆସିଥିଲେ। ତେଣୁ ଏଭଳି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ। ରାହୁଲ ଗାନ୍ଧି କୌଣସି ପ୍ରକାରର ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି।”

ଏହାପୂର୍ବରୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ବେଳେ ଅଖିଲେଶ ଏବଂ ରାହୁଲଙ୍କ ତୁତୁ ମେଁମେଁ ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2S6OYsH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages