
ନୂଆଦିଲ୍ଲୀ: ନସୀରୁଦ୍ଦିନ୍ ଶାହଙ୍କ ମନ୍ତବ୍ୟକୁ ନେଇ ଲାଗିରହିଥିବା ବିବାଦରୁ କୂଟନୀତିକ ଫାଇଦା ନେବାକୁ ଉଦ୍ୟମ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ କଡ଼ା ଜବାବ ଦେଇଛନ୍ତି ନିଜେ ନସୀରୁଦ୍ଦିନ୍। ସେ କହିଛନ୍ତି, ଇମ୍ରାନ୍ ନିଜ ଦେଶ କଥା ବୁଝନ୍ତୁ ଏବଂ ପାକିସ୍ତାନ ସହିତ ଜଡ଼ିତ ନଥିବା ସମସ୍ତ ପ୍ରସଙ୍ଗରୁ ଦୂରେଇ ରୁହନ୍ତୁ।
ଭାରତ ସରକାରଙ୍କୁ ଇମ୍ରାନ୍ ସମାଲୋଚନା କରିବା ବାବଦରେ ସେ କହିଥିଲେ, ଆମେ ୭୦ ବର୍ଷର ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଆମେ ନିଜ ନିଜ କଥା କେମିତି ବୁଝିବୁ ଆମେ ଭଲ ଭାବେ ଜାଣୁ।
ଶନିବାର ପାକିସ୍ତାନର ପଞ୍ଜାବ ସରକାରଙ୍କ ୧୦୦ ଦିନର ସଫଳତା ବାବଦରେ ମତ ରଖିବା ଅବସରରେ ଇମ୍ରାନ୍ କହିଥିଲେ, “ସଂଖ୍ୟାଲଘୁଙ୍କ ସହିତ କିଭଳି ବ୍ୟବହାର କରାଯାଏ ଆମେ ମୋଦି ସରକାରଙ୍କୁ ଶିଖାଇଦେବୁ। ଏପରିକି ଭାରତରେ ମଧ୍ୟ ଲୋକେ କହିବା ଆରମ୍ଭ କଲେଣି ଯେ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ସମାନ ନାଗରିକ ଭାବରେ ଦେଖାଯାଉନାହିଁ।”
ସୂଚନାଯୋଗ୍ୟ ଯେ ପୂର୍ବରୁ ବଲିଉଡ୍ ଅଭିନେତା ନସୀରୁଦ୍ଦିନ୍ ଶାହ ବିଭିନ୍ନ ଲିଞ୍ଚିଂ ମାମଲା ବିଶେଷ କରି ସଦ୍ୟ ଘଟିଥିବା ବୁଲନ୍ଦଶହର ହିଂସା ବାବଦରେ ମତ ରଖି କହିଥିଲେ ସେ ତାଙ୍କ ପିଲାମାନଙ୍କ ସୁରକ୍ଷା ନେଇ ଭୟଭୀତ ଅଛନ୍ତି।
from Odisha Reporter http://bit.ly/2EHjndc
No comments:
Post a Comment