
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଖୋର୍ଦ୍ଧା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଭୁବନେଶ୍ୱର IIT କ୍ୟାମ୍ପସ ଉଦ୍ଘାଟନ କରିବେ। ଏଥିସହ ଶହେ ଶଯ୍ୟା ବିଶିଷ୍ଟ ଇଏସଆଇ ମେଡିକାଲର ଲୋକାର୍ପଣ କରିବେ। ଏହାସହସେ ୪ଟି ଜାତୀୟ ରାଜପଥର ଭୂମିପୂଜନ ଭିଡିଓ କନଫରେନ୍ସ ଜରିଆରେ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସ୍ଥାନୀୟ ଗୋଶାଳା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଏୟାରପୋର୍ଟରେ ପ୍ରସ୍ତୁତ ହୋଇ ରହିଛି ଦୁଇଟି ସ୍ୱତନ୍ତ୍ର ହେଲିକପ୍ଟର। ମୋଦି ପହଞ୍ଚିବା ପରେ ଏଠାରୁ ହେଲିକପ୍ଟରରେ ସିଧା ଆଇଆଇଟି ଅରୁଗୁଳକୁ ଯିବେ।
ଅନ୍ୟପକ୍ଷରେ ଆଜି କମିଶନରେଟ ପୁଲିସ୍ କାରକେଡ୍ ଅଭ୍ୟାସ କରିଛି। ଭୁବନେଶ୍ୱର ଏୟାରପୋର୍ଟରୁ କାରକେଡ୍ ବାହାରି ରାଜଭବନ ଆଉ ସେଠାରୁ ଅରୁଗୁଳ ଯିବା ରାସ୍ତାରେ ମକଡ୍ରିଲ ସରିଛି। ମୋଦିଙ୍କ ସୁରକ୍ଷା ପ୍ରୋଟୋକଲ ଅନୁସାରେ ଏହି କାରକେଡ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଉଭୟ ଆଇଆଇଟି ଭୁବନେଶ୍ୱର ଓ ସଭାସ୍ଥଳକୁ ଯାଇ ସୁରକ୍ଷାର ଅନୁଧ୍ୟାନ କରିଛନ୍ତି। ଏହାସହ ହେଲିପ୍ୟାଡ ସହ ସଭାସ୍ଥଳ, ଟ୍ରାଫିକ ଓ ସିକ୍ୟୁରିଟି ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।
ସେହିପରି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ବରିଷ୍ଠ ବିଜେପି ନେତାଙ୍କ ସହ ଖୋର୍ଦ୍ଧା ଯାଇ ଗୋଶାଳା ପଡ଼ିଆରେ ଥିବା ସଭାସ୍ଥଳର ଅନୁଧ୍ୟାନ କରିଛନ୍ତି।
ଆସନ୍ତାକାଲିର ଗସ୍ତ ପରେ ଜାନୁଆରୀ ୫ରେ ମୋଦି ବାରିପଦା ଗସ୍ତରେ ଆସିବେ। ସେହିପରି ୧୬ ତାରିଖରେ ମୋଦି ପୁଣି ଓଡ଼ିଶା ଆସି ପଶ୍ଚିମ ଓଡ଼ିଶାରେ ଏକ ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
from Odisha Reporter http://bit.ly/2V8Tskj
No comments:
Post a Comment