୨୦୧୪ ପରେ ଆମେରିକାରେ ରାଜନୀତିକ ଶରଣ ଆବେଦନ କରିଛନ୍ତି ୨୦ ହଜାର ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

୨୦୧୪ ପରେ ଆମେରିକାରେ ରାଜନୀତିକ ଶରଣ ଆବେଦନ କରିଛନ୍ତି ୨୦ ହଜାର ଭାରତୀୟ

ୱାଶିଂଟନ୍‌: ୨୦୧୪ ପରଠାରୁ ୨୦ ହଜାର ଭାରତୀୟ ଆମେରିକାରେ ନାଗରିକ ରାଜନୀତିକ ଶରଣ ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ବୋଲି ଜଣାଯାଇଛି। ପଞ୍ଜାବରୁ ବେଆଇନ ଭାବରେ ଆମେରିକା ଚାଲିଯାଉଥିବା ଲୋକଙ୍କ ଉପରେ କାମ କରୁଥିବା ନର୍ଥ ଆମେରିକା ପଞ୍ଜାବ ଆସୋସିଏସନ୍ (ନାପା) ପକ୍ଷରୁ ଏହି ତଥ୍ୟ ରଖାଯାଇଛି।

କେବଳ ୨୦୧୪ ମସିହାରେ ୨,୩୦୬ ଜଣ ଆବେଦନ କରିଥିବାବେଳେ ୨୦୧୫ରେ ୯୬ ଜଣ ମହିଳାଙ୍କ ସମେତ ୨୯୭୧ ଜଣ ଆବେଦନ କରିଥିଲେ। ୨୦୧୬ରେ ଏହି ସଂଖ୍ୟା ୪୦୮୮କୁ ବୃଦ୍ଧି ପାଇଥିଲା ଯେଉଁଥିରେ ୧୨୩ ଜଣ ମହିଳା ମଧ୍ୟ ଥିଲେ। ସେହିଭଳି ୨୦୧୭ରେ ଏହା ୩୬୫୬କୁ ଖସିଆସିଥିଲା। ଅନ୍ୟପକ୍ଷରେ କେବଳ ୨୦୧୮ ଜୁଲାଇ ଯାଏ ଏହି ସଂଖ୍ୟା ଆଶାତୀତଭାବେ ୭୨୧୪କୁ ବୃଦ୍ଧି ପାଇଥିଲା।

ଏହି ପ୍ରସଙ୍ଗରେ ନାପାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତ୍‌ନାମ୍‌ ସିଂହ ଚହଲ କହିଛନ୍ତି, “ଗତ ଦୁଇ ବର୍ଷରେ ଏପରି ଶରଣ ପାଇଁ ଭାରତୀୟ ଆବେଦନକାରୀଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି। ଏହା ଚିନ୍ତାର ବିଷୟ ପାଲଟିଛି।”



from Odisha Reporter https://ift.tt/2Q69mNB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages