
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଫେରିଲେ ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକ। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁ ନିଜ ଘରକୁ ଫେରିପାରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରିଓରଡ଼ ଗ୍ରାମର ରବି ରାଉତ।
ରବିଙ୍କ ପରିବାର ଲୋକଙ୍କ ଅନୁରୋଧ କ୍ରମେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ହସ୍ତକ୍ଷେପ କରିବା ଲାଗି ଟ୍ୱିଟ୍ କରିଥିଲେ। ପଦକ୍ଷେପ ସ୍ୱରୂପ ଭାରତୀୟ ଦୂତାବାସ ରବିଙ୍କୁ ଦୁବାଇରୁ ଆଣି ଭୁବନେଶ୍ୱର ଛାଡ଼ିଛି। ରବି ରାଉତ ଘରକୁ ଫେରିବା ପରେ ତାଙ୍କ ପରିବାର ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ରବି ରାଉତ ୨୦୧୩ ମସିହାରୁ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଠାରେ କମ୍ପାନୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗଣ୍ଡଗୋଳ ମାମଲାରେ ପୁଲିସ ୩୫ ଜଣଙ୍କୁ ଅଟକ ରଖିଥିଲା। ସେଥି ମଧ୍ୟରୁ ୩୦ ଜଣଙ୍କୁ ଛଡ଼ା ଯାଇଥିବା ବେଳେ ରବିଙ୍କ ସମେତ ୫ ଜଣ ଅଟକ ରହିଥିଲେ। ରବି କୌଣସି ଗଣ୍ଡଗୋଳରେ ସଂପୃକ୍ତ ନଥିବା ବେଳେ ତାଙ୍କୁ ପୁଲିସ ଅଟକ ରଖିଥିବାରୁ ତାଙ୍କ ପରିବାର ଲୋକେ ଶ୍ରୀ ପଣ୍ଡାଙ୍କୁ ସହାୟତା କରିବା ଲାଗି ଅନୁରୋଧ କରିଥିଲେ।
from Odisha Reporter https://ift.tt/2Pc6FVm
No comments:
Post a Comment