ଏମିତି ପ୍ରସ୍ତୁତ କରନ୍ତୁ ‘କଦଳୀ ମଞ୍ଜା ଟିକ୍କି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଏମିତି ପ୍ରସ୍ତୁତ କରନ୍ତୁ ‘କଦଳୀ ମଞ୍ଜା ଟିକ୍କି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କଦଳୀ ଭଳି ଏହାର ମଞ୍ଜା ମଧ୍ୟ ବେଶ୍ ସୁଆଦିଆ ଓ ଶରୀର ପାଇଁ ଉପକାରୀ। ଆଜି ଆମେ ଆପଣଙ୍କୁ ‘କଦଳୀ ମଞ୍ଜା ଟିକ୍କି’ର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ:  କଦଳୀ ମଞ୍ଜା, ଆଳୁ, ପିଆଜ, ଗରମ ମସଲା ଗୁଣ୍ଡ, ରସୁଣ କଟା, ଅଦା କଟା, କଞ୍ଚାଲଙ୍କା କଟା, କଟା ଧନିଆ ପତ୍ର, ରିଫାଇନ୍ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ମଞ୍ଜାକୁ ଛୋଟ ଛୋଟ କରି କାଟି ପାଣିରେ ଭଲ ଭାବେ ଧୋଇ ସେଥିରେ ଅଳ୍ପ ଲୁଣ ପକାଇ ରଖନ୍ତୁ। ଏହେ ଏହି କଟା ମଞ୍ଜାକୁ ପ୍ରେସର୍‌ କୁକର୍‌ରେ ସିଝାଇ ଦିଅନ୍ତୁ। ପରେ କିଛି ଆଳୁ ମଧ୍ୟ ସିଝାଇ ଦିଅନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ରସୁଣ, କଟା ଅଦା ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ। ଏବେ ଏଥିରେ ପୂର୍ବରୁ ସିଝାଇ ରଖିଥିବା ମଞ୍ଜାକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହା କିଛି ସମୟ ଭାଜି ହୋଇଗଲେ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ।

ଗୋଟିଏ ପ୍ଲେଟ୍‌ରେ ଏହି ମଞ୍ଜାକୁ କାଢ଼ନ୍ତୁ। ଏବେ ସେଥିରେ ସିଝା ଆଳୁ, କଟା ଧନିଆପତ୍ର, ଗରମ ମସଲା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହି ମିଶ୍ରଣକୁ କଟଲେଟ୍ ଆକାରରେ ଗଢ଼ି ରଖନ୍ତୁ।

ବର୍ତ୍ତମାନ ତାୱା ଗରମ କରି ସେଥିରେ ଏହି ମଞ୍ଜାର କଟଲେଟ୍‌ସବୁକୁ ଅଳ୍ପ ତେଲ ଦେଇ ଦୁଇ କଡ଼ ଲାଲ ହେବା ଯାଏ ଭାଜନ୍ତୁ। ପ୍ରସ୍ତୁତ ହୋଇଗଲା ଗରମା ଗରମ ‘କଦଳୀ ମଞ୍ଜା ଟିକ୍କି’। ଏହାକୁ ଚଟଣି କିମ୍ବା ସସ୍ ସହ ଖାଆନ୍ତୁ।



from Odisha Reporter http://bit.ly/2SmoWBT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages