ବକ୍ସିଂ ଡେ’ ଟେଷ୍ଟ କାହିଁକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ବକ୍ସିଂ ଡେ’ ଟେଷ୍ଟ କାହିଁକି?

ମେଲ୍‌ବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ ୧-୧ରେ ଅମୀମାଂସିତ ରହିଥିଲାବେଳେ ଗତକାଲିଠାରୁ ମେଲ୍‌ବୋର୍ଣ୍ଣଠାରେ ଆରମ୍ଭ ହୋଇଛି ବକ୍ସିଂ ଡେ’ ଟେଷ୍ଟ। ଟିମ୍ ବିରାଟ କୋହଲି ଏବଂ ଟିମ୍ ପାଇନ୍ ମଧ୍ୟରେ ଚାଲିଥିବା ଏହି ମ୍ୟାଚ୍‌କୁ ନେଇ ନାହିଁ ନଥିବା ଚର୍ଚ୍ଚା। ପ୍ରଶ୍ନ ଉଠେ ଡିସେମ୍ବର ୨୬ରେ ଖେଳାଯାଉଥିବା ଏହି ମ୍ୟାଚ୍‌କୁ ବକ୍ସିଂ ଡେ’ ମ୍ୟାଚ୍ କାହିଁକି କୁହାଯାଏ ?

ଖ୍ରୀଷ୍ଟମାସ ଡେ’ର ପରଦିନକୁ ପୃଥିବୀର ବିଭିନ୍ନ ଭାଗରେ ବକ୍ସିଂ ଡେ’। ୟୁକେ ଏବଂ ଏକ ସମୟରେ ବ୍ରିଟିଶ୍‌ ଉପନିବେଶରେ ଥିବା ରାଷ୍ଟ୍ରଗୁଡ଼ିକ ଯେପରିକି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ବକ୍ସିଂ ଡେ’ ଶବ୍ଦଟି ଖୁବ୍‌ ଲୋକପ୍ରିୟ ଏବଂ ବିଶେଷ ଦିନ। ଆପଣ ହୁଏତ ଭାବି ପାରନ୍ତି ଏହା ବକ୍ସିଂ ସହିତ ଜଡ଼ିତ ହୋଇଥିବ। ନା ଆପଣ ସମ୍ପୂର୍ଣ୍ଣ ଭୁଲ ଭାବୁଛନ୍ତି।

ଏହି ଦିନ ସହିତ ଜଡ଼ିତ ଏକ ଲୋକପ୍ରିୟ କିମ୍ବଦନ୍ତୀ ଅନୁଯାୟୀ, ଏହା ‘ଖ୍ରୀଷ୍ଟମାସ ବକ୍ସ’ରୁ ଆସିଛି। ଲୋକକଥା ଅନୁଯାୟୀ ପୂର୍ବରୁ ଖ୍ରୀଷ୍ଟାମାସ ଦିନ କାମ କରୁଥିବା ଭୃତ୍ୟମାନଙ୍କୁ ସେମାନଙ୍କ ମାଲିକମାନେ ଏହାର ପରଦିନ ଅର୍ଥାତ ୨୬ ତାରିଖ ଦିନ କୃତଜ୍ଞତା ସ୍ୱରୂପ ଏହି ବାକ୍ସ ପ୍ରଦାନ କରିଥାନ୍ତି। ଏଥିରେ ଉପହାର ଏବଂ ଖାଦ୍ୟସାମଗ୍ରୀ ଥାଏ। ଅନ୍ୟ କିଛି ଭାଗରେ ଏହି ଦିନରେ ପ୍ରବଲ ଶପିଂ କରନ୍ତି। ଏପରିକି ବଡ଼ଦିନ ସରିଯାଇଥିଲେ ମଧ୍ୟ ଖ୍ରୀଷ୍ଟମାସ ଉପହାର ମଧ୍ୟ ଏହି ଦିନ କିଣିଥାନ୍ତି।

ଏହି ଦିନରେ ଖେଳାଯାଉଥିବାରୁ ଏହାକୁ ବକ୍ସିଂ ଡେ’ ଟେଷ୍ଟ କୁହନ୍ତି। ପ୍ରସିଦ୍ଧ ଦିନଟିରେ ଖେଳାଯାଉଥିବାରୁ ସମୟକ୍ରମେ ଏହା ପରମ୍ପରା ସହିତ ଯୋଡ଼ିହୋଇଯାଇଛି। ଯଦିଓ ଏହା ସମସ୍ତଙ୍କ ପାଇଁ କୁସିର ଦିନ, ଭାରତୀୟ ଓପନର୍‌ ମୁରଲୀ ବିଜୟ ଏବଂ କେଏଲ୍‌ ରାହୁଲଙ୍କ ପଇଁ ଏହା ଦୁଃଖ ନେଇ ଆସିଛି। ଦୁହେଁ ଏକାସାଥିରେ ଏହି ମ୍ୟାଚ୍‌ରୁ ବଞ୍ଚିତ ହୋଇଛନ୍ତି।



from Odisha Reporter http://bit.ly/2AdRlTy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages