ସୋହରାବୁଦ୍ଦିନ୍‌ ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ସୋହରାବୁଦ୍ଦିନ୍‌ ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ମୁମ୍ବାଇ: ୨୦୦୫ ମସିହାର ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ୍‌ ଏବଂ ତୁଲ୍‌ସୀରାମ୍‌ ଏନ୍‌କାଉଣ୍ଟର ମାମଲାରେ ସମସ୍ତ ୨୨ ଜଣ ଅଭିଯୁକ୍ତ ମୁମ୍ବାଇର ଏକ କୋର୍ଟ। କୋର୍ଟ ଦର୍ଶାଇଛନ୍ତି ହତ୍ୟା ଏବଂ ଷଡ଼ଯନ୍ତ୍ରକୁ ପ୍ରମାଣ କରିବାପାଇଁ ସାକ୍ଷ୍ୟ ଏବଂ ପ୍ରମାଣ ସନ୍ତୋଷଜନକ ନଥିଲା। ସ୍ୱତନ୍ତ୍ର ସିବିଆଇ ଜଜ୍‌ଙ୍କ କହିବା ଅନୁଯାୟୀ ସବିଶେଷ ପ୍ରମାଣ ଯୁକ୍ତିଯୁକ୍ତ ନଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରେ ପ୍ରାୟତଃ ଗୁଜରାଟ ଏବଂ ରାଜସ୍ଥାନର ପୁଲିସ୍‌ ଅଧିକାରୀ ହିଁ ଥିଲେ। ଏଥିରେ ସୋହରାବୁଦ୍ଦିନ୍‌ଙ୍କ ପତ୍ନୀ କୌସର୍‌ ବିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

ସୋହରାବୁଦ୍ଦିନ୍‌ର ଲସ୍କର-ଇ-ତୋଏବା ସହିତ ଲିଙ୍କ୍‌ ଥିଲା ଏବଂ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାପାଇଁ ସେ ଷଡ଼ଯନ୍ତ୍ର ରଚିଥିବା ପୁଲିସ୍‌ ପୂର୍ବରୁ ଜଣାଇଥିଲା।
ଗୁଜରାଟ ପୁଲିସ୍‌ ୨୦୦୫ ମସିହା ନଭେମ୍ବର ୨୨ରେ ସୋହରାବୁଦ୍ଦିନ୍‌, ତା’ର ପତ୍ନୀ କୌସର୍‌ ବି  ଏବଂ ତୁଲ୍‌ସୀରାମ୍‌ଙ୍କୁ ଏକ ବସ୍‌ରୁ ହିଁ ଉଠାଇନେଇଥିଲା।

ଏହାର ୪ ଦିନ ପରେ ସୋହରାବୁଦ୍ଦିନ୍‌ଙ୍କୁ ଅହମ୍ମଦାବାଦଠାରେ ହତ୍ୟା କରାଯାଇଥିଲା। କୌସର ବି ହଠାତ ଗାୟବ୍‌ ହୋଇଯାଇଥିଲେ ଏବଂ ୨୯ ତାରିଖରେ ବନସ୍‌କଣ୍ଠା ଜିଲ୍ଲାରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସିବିଆଇ ଅଭିଯୋଗ ଆଣିଥିଲା। ସେହିଭଳି ଡିସେମ୍ବର ୨୭ରେ ତୁଲ୍‌ସୀରାମ୍‌ ଗୁଜରାଟ-ରାଜସ୍ଥାନ ସୀମାରେ ଚାପିଠାରେ ଗୁଜରାଟ-ରାଜସ୍ଥାନ ପୁଲିସ୍‌ ମିଳିତଭାବରେ ଏନ୍‌କାଉଣ୍ଟର କରିଥିବା ନେଇ ସିବିଆଇ ଦାବି କରିଆସୁଥିଲା।

ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ଉପରେ ନ୍ୟସ୍ତ ଥିଲା। ସିବିଆଇ ପକ୍ଷରୁ କୁହାଯାଇଥିଲା ରାଜନୀତିକ ଏବଂ ଅର୍ଥନୀତିକ ଫାଇଦା ପାଇଁ ଷଡ଼ଯନ୍ତ୍ରରୁ ଏହି ହତ୍ୟାକାଣ୍ଡ ଘଟିଥିଲା।

୩୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପୂର୍ବତନ ପୁଲିସ୍‌ ଅଧିକାରୀ ଡିଜି ବଞ୍ଜାରା ଏବଂ ଅନ୍ୟ ପୁଲିସ୍‌ ଅଧିକାରୀଙ୍କ ସମେତ ୧୬ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

କୋର୍ଟ ସୋହରାବୁଦ୍ଦିନ୍‌ ଏବଂ ତୁଲ୍‌ସୀରାମ୍‌ଙ୍କ ପରିବାରର ୩ ଜଣଙ୍କ ଜୀବନ ଯିବା ବାବଦରେ ଜଷ୍ଟିସ୍‌ ଏସ୍‌ଜେ ଶର୍ମା ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, “ବ୍ୟବସ୍ଥା ଏବଂ ଆଇନ ଅନୁଯାୟୀ କୋର୍ଟ ପ୍ରମାଣ ଅନୁଯାୟୀ ହିଁ କାର୍ଯ୍ୟ କରେ।”



from Odisha Reporter http://bit.ly/2SdMFnP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages