
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ‘ସେସୁ’ (ସେଣ୍ଟ୍ରାଲ୍ ଇଲେକ୍ଟ୍ରିକାଲ୍ ସପ୍ଲାଏ ଅଣ୍ଟରଟେକିଙ୍ଗ୍)କୁ ଅତିରିକ୍ତ ୪ କୋଟି ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ମଣିଷ ଓ ପ୍ରାଣୀମାନଙ୍କ ପ୍ରତି ଖାମଖିଆଲ ଆଭିମୁଖ୍ୟ ପାଇଁ ସେସୁକୁ ଏଭଳି ଦଣ୍ଡାଦେଶ ଦେଇଛନ୍ତି।
ଜଷ୍ଟିସ୍ ଆଦର୍ଶ ଗୋଏଲଙ୍କ ଅଧ୍ୟକ୍ଷତାରେ ଏନ୍ଜିଟିର ପ୍ରିନ୍ସିପାଲ୍ ବେଞ୍ଚ୍ ଏହି ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି।
ଏହି ଜୋରିମାନା ସହିତ ଅକ୍ଟୋବରରୁ ଏପର୍ଯ୍ୟନ୍ତ ସେସୁ ଉପରେ ଜୋରିମାନା ବାବଦ ଟଙ୍କା ୫ କୋଟିରେ ପହଞ୍ଚି ଯାଇଛି। ଅକ୍ଟୋବର ମାସରେ ଏନ୍ଜିଟି ମିଡିଆ ରିପୋର୍ଟ ଆଧାରରେ ‘ସେସୁ’ ବିପକ୍ଷରୁ ନିଜ ଆଡୁ ମାମଲା ରୁଜୁ କରିବା ସହିତ କୋଟିଏ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲା।
ଅକ୍ଟୋବର ୨୬ ତାରିଖରେ କମଳାଙ୍ଗ ଗାଁରେ ଏକ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ ଗୋଟିଏ ହାତୀ ଗର୍ଭବତୀ ଥିଲା।
from Odisha Reporter http://bit.ly/2SjU05n
No comments:
Post a Comment