କଙ୍ଗାରୁ ବୋଲରଙ୍କୁ ବିଜୟଙ୍କ ପ୍ରହାର: ୯୧ ବଲ୍‌ରେ ୫୨ କିନ୍ତୁ ୧୧୮ ବଲରେ ଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

କଙ୍ଗାରୁ ବୋଲରଙ୍କୁ ବିଜୟଙ୍କ ପ୍ରହାର: ୯୧ ବଲ୍‌ରେ ୫୨ କିନ୍ତୁ ୧୧୮ ବଲରେ ଶତକ

ସିଡ୍‌ନୀ: ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ୍‌ ମ୍ୟାଚ୍‌ ଖେଳୁଥିବା ବିରାଟ୍‌ ବାହିନୀକୁ ବଡ଼ ଆଶ୍ୱସ୍ତି ମିଳିଛି। କାରଣ ମ୍ୟାଚର ୪ର୍ଥ ଦିନରେ ଟିମ୍‌ ଇଣ୍ଡିଆର ଦୁଇ ଓପନର୍‌ ମୁରଲୀ ବିଜୟ ଓ କେଏଲ୍‌ ରାହୁଲ ଫର୍ମକୁ କମ୍‌ବ୍ୟାକ୍‌ କରିଛନ୍ତି। ବିଶେଷ କରି ଇଂଲଣ୍ଡ ଗସ୍ତରେ ସଂପୂର୍ଣ୍ଣ ଫେଲ୍‌ ମାରିଥିବା ମୁରଲୀ ବିଜୟ ଏବେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଅଭ୍ୟାସ ମ୍ୟାଚ୍‌ରେ ମୁରଲୀ ବିଜୟ ଦ୍ୱିତୀୟ ଇନିଂସ୍‌ରେ ୧୩୨ ବଲ୍‌ରେ ୧୨୯ ରନ୍‌ ହାସଲ କରିଛନ୍ତି। ଏହି ଇନିଂସ୍‌ରେ ବିଜୟ ୧୬ଟି ଚୌକା ଓ ୫ଟି ବିଶାଳ ଛକା ମାରିଛନ୍ତି।

ଶତକ ହାସଲ ପାଇଁ ବିଜୟ ଏତେ ବ୍ୟାକୁଳ ଥିଲେ ଯେ କଙ୍ଗାରୁ ଦଳର ଜଣେ ବୋଲର୍‌ଙ୍କ ଗୋଟିଏ ଓଭର୍‌ରେ ୨୬ ରନ୍‌ ମାରିଥିଲେ। ବିଜୟ ପ୍ରଥମ ୫୦ ରନ୍‌ ପାଇଁ ୯୧ଟି ବଲ୍‌ ଖେଳିଥିଲେ। କିନ୍ତୁ ଏହା ପରେ ଏମିତି ବିସ୍ଫୋରକ ରୂପ ଧାରଣ କରିଥିଲେ ଯେ ମାତ୍ର ୨୭ଟି ବଲ୍‌ରେ ବାକି ୫୦ ରନ୍‌ ହାସଲ କରିନେଇଥିଲେ। ତେବେ ବିଜୟଙ୍କୁ ୪୪ତମ ଓଭର୍‌ରେ ଡି ଆର୍ସି ଆଉଟ୍‌ କରିଥିଲେ। ଏହାପୂର୍ବରୁ ୩୯ତମ ଓଭର୍‌ରେ ବିଜୟ ଜାକେ କାରଡେରଙ୍କ ଗୋଟିଏ ଓଭର୍‌ରେ ୨ଟି ଛକା ଓ ୩ଟି ଚୌକା ସହାୟତାରେ ୨୬ ରନ୍‌ ଆଦାୟ କରିଥିଲେ।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଅନ୍ୟତମ ଓପନର୍‌ କେଏଲ୍‌ ରାହୁଲ ମଧ୍ୟ ଦ୍ୱିତୀୟ ଇନିଂସ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏବେ ପୃଥ୍ୱୀ ଶ’ ଆହତ ଥିବାରୁ ଆସନ୍ତା ୬ ତାରିଖରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ରେ ବିଜୟ ଓ ରାହୁଲ ଓପନିଂ କରିବେ। ଏହି ମ୍ୟାଚ୍‌ ପୂର୍ବରୁ ଉଭୟ ଭଲ ଫର୍ମରେ ଥିବାର ସଙ୍କେତ ଦେଇଛନ୍ତି।



from Odisha Reporter https://ift.tt/2rgmYqM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages