ନଡ଼ିଆ ବାଡେଇଲେନି ନବୀନ, ଦକ୍ଷିଣା ଦେଲେ ଯେ ମନକୁ ପାଇଲାନି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ନଡ଼ିଆ ବାଡେଇଲେନି ନବୀନ, ଦକ୍ଷିଣା ଦେଲେ ଯେ ମନକୁ ପାଇଲାନି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣ ପ୍ରସଙ୍ଗରେ ଦାମ ବିଦା ହେବା ପରଠୁ, ବ୍ରହ୍ମ ଅଭିଶାପ ପଡ଼ିଥିବା କଥା ଚାରିଆଡେ ଚର୍ଚ୍ଚା ହେଲା। ତେଣୁ ଡରି ମରି ସବୁବେଳେ ବ୍ରହ୍ମ ଉପବୀତଧାରିଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ହକି ବିଶ୍ୱକପ୍‌ ପୂର୍ବରୁ ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥି ବ୍ରାହ୍ମଣଙ୍କ ଉପସ୍ଥିତିରେ ଷ୍ଟାଡିୟମ୍‌ରେ ପୂଜା କରୁଥିବା ଫଟୋ ଭାଇରାଲ ହୋଇଥିଲା। ଏଣୁ ସରକାର ମଧ୍ୟ ବ୍ରାହ୍ମଣଙ୍କୁ ଭୟ କରନ୍ତି ଆଉ ତାଙ୍କ ଦ୍ୱାରା ଇଶ୍ୱରଙ୍କୁ ସନ୍ତୁଷ୍ଟ କରାନ୍ତି, ଏ କଥା ଆମେ ଅନୁଭବ କରିଥିଲୁ।

ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ବ୍ରାହ୍ମଣ ମହୋଦୟଙ୍କ ଅସନ୍ତୁଷ୍ଟିଆ ମୁହଁ ଦେଖିବାକୁ ମିଳିଛି। ଖରାପ ଭାବନ୍ତୁନି, ଭିଡିଓରେ ଯାହା ଦେଖିଲୁ ସେ କଥା ଟିକକ ଆପଣଙ୍କୁ କହିଦେବାକୁ ଉଚିତ୍ ମଣୁଛୁ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ାରେ ଆଜି ଖଚାଖଚ୍‌ ଭର୍ତ୍ତି ହୋଇଥିଲେ ପୁଲିସ୍‌ ଆଉ ସୁରକ୍ଷାକର୍ମୀ। ଫଳକ ଉଦ୍‌ଘାଟନ ସ୍ଥଳରେ ମଧ୍ୟ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା। ବ୍ରାହ୍ମଣ ମହୋଦୟ ମଧ୍ୟ ନଡ଼ିଆ ଆଉ ଅନ୍ୟ ପୂଜା ସାମଗ୍ରୀ ଧରି ସେଠାରେ ଉପସ୍ଥିତ ଥିଲେ। ଏତିକି ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଜେ ବିଗୁଲ୍‌ ବାଜୁ ବାଜୁ ଭାଇନାଙ୍କ ଡେଣା ଧରି ଦୂରେଇ ଦେଲେ ସୁରକ୍ଷା କର୍ମୀ। ଫଳକ ଅନାବରଣ କରିବା ପରେ ଶ୍ରୀଫଳ ହସ୍ତରେ ଧାରଣ କରିଥିବା ବ୍ରାହ୍ମଣ ମହୋଦୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଗଲା। ହେଲେ ମାନ୍ୟବର ପଟ୍ଟନାୟକ ମହାଶୟ ନଡ଼ିଆ ଭାଙ୍ଗି ନ ଥିଲେ ସୁଦ୍ଧା ଗୋଟେ ଖଡ଼ଖଡ଼ିଆ ନୋଟ୍‌ଟି ଭାଇନାଙ୍କ ହାତକୁ ବଢ଼େଇ ଦେଲେ।

କଥାରେ ଅଛି ବ୍ରାହ୍ମଣଙ୍କୁ ସନ୍ତୁଷ୍ଟ କରିବା ବଡ଼ ମୁସ୍‌କିଲ୍‌। ନବୀନ ବାବୁ କେତେ ଦେଲେ କେଜାଣି, ଭାଇନା ଅଟକି ଗଲେ। ଆମେ ଭାବୁଛୁ ବୋଧହୁଏ ସେ ଆଉ ଟିକେ ଅଧିକା ଦକ୍ଷିଣାର ଆଶାୟୀ ଥିଲେ। ହେଲେ ତାଙ୍କ ମନ ପଢ଼ିବ କିଏ, ଏଠି ତ ଜନତାଙ୍କ ମନ କେହି ବୁଝୁନାହାନ୍ତି। ଦେଖୁ ଦେଖୁ ଭାଇନାଙ୍କ ଡେଣା ଧରି ତାଙ୍କୁ ପୁଣି ବାହାରକୁ କାଢ଼ିଦେଲେ ସୁରକ୍ଷା କର୍ମୀ। ହସି ହସି ଭାଇନା ସିନା ଚାଲିଗଲେ, ଏବେ ଆମ ମନରେ ଉଠିଛି ପ୍ରଶ୍ନଟିଏ। ନବୀନ ବାବୁ ଦକ୍ଷିଣା କେତେ ଦେଲେ କି ? ୧୦୦ ନା …



from Odisha Reporter http://bit.ly/2T5oAzy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages