ହେରାଲ୍ଡ ହାଉସ ଖାଲି କରିବାକୁ ଏଜେଏଲ୍‌କୁ କୋର୍ଟ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ହେରାଲ୍ଡ ହାଉସ ଖାଲି କରିବାକୁ ଏଜେଏଲ୍‌କୁ କୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ: କଂଗ୍ରେସ ସହ ସମ୍ପର୍କ ରଖିଥିବା ନ୍ୟାଶନାଲ୍‌ ହେରାଲ୍ଡ ଖବରକାଗଜକୁ ପରିଚାଳନା କରୁଥିବା ଆସୋସିଏଟ୍‌ଡେ ଜର୍ଣ୍ଣାଲ୍ସ ଲିଃ(ଏଜେଏଲ୍‌)କୁ ଆଜି ଦିଲ୍ଲୀ ହାଇକୋର୍ଟ ଜବରଦସ୍ତ ଝଟ୍‌କା ଦେଇଛନ୍ତି। ଆସନ୍ତା ୨ ସପ୍ତାହ ମଧ୍ୟରେ ଏଜେଏଲ୍‌ ହେରାଲ୍ଡ ହାଉସ୍‌ ଖାଲିକରିବାକୁ ବାଧ୍ୟ ବୋଲି ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହେରାଲ୍ଡ ହାଉସ୍‌ଟି ବ୍ୟସ୍ତବହୁଳ ଆଇଟିଓ ଅଞ୍ଚଳରେ ରହିଛି। କେନ୍ଦ୍ର ସରକାର ୫୬ ବର୍ଷ ହେଲା ହେରାଲ୍ଡ ହାଉସ୍‌ ପାଇଁ ଏଜେଏଲ୍‌ ସହ ଚୁକ୍ତି କରିଥିଲେ। କିନ୍ତୁ ନିକଟରେ କେନ୍ଦ୍ର ସରକାର ଏହାକୁ ଖାଲି କରିବାକୁ ଏଜେଏଲ୍‌କୁ କହିଥିଲେ। ଏହା ବିରୋଧରେ ଏଜେଏଲ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଅକ୍ଟୋବର ୩୦ରେ ସରକାର ହେରାଲ୍ଡ ହାଉସ୍‌ ଖାଲି କରିବାକୁ କହିଥିଲେ ହେଁ ନଭେମ୍ବର ୨୨ରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସୁନୀଲ ଗୌର ରାୟ ସଂରକ୍ଷିତ ରଖିଥିଲେ। ଏଥିସହ କୋର୍ଟ କେନ୍ଦ୍ର ସରକାରଙ୍କୁ କାହିଁକି ୫୬ ବର୍ଷର ଚୁକ୍ତିକୁ ରଦ୍ଦ କରୁଛ, ସେନେଇ ଜବାବ ତଲବ କରିଥିଲେ। ଏହାର ଜବାବରେ କେନ୍ଦ୍ର ସରକାର କହିଥିଲେ ଯେ ୨୦୧୬ରୁ ଏଠାରେ କୌଣସି ପ୍ରକାରର ପ୍ରିଣ୍ଟିଂ ବା ପବ୍ଲିଶିଙ୍ଗ କାର୍ଯ୍ୟ କରାଯାଉନାହିଁ। ତେଣୁ ନିୟମ ଅନୁସାରେ ଏଜେଏଲ୍‌କୁ ହେରାଲ୍ଡ ହାଉସ୍‌ ଖାଲି କରିବାକୁ ନୋଟିସ୍‌ କରାଯାଇଥିଲା।

ତେବେ ୨୦୧୬ରୁ ନ୍ୟାଶନାଲ ହେରାଲ୍ଡର ୱେବ୍‌ ପବ୍ଲିକେଶନ ଚାଲିଛି। ତେଣୁ ପ୍ରିଣ୍ଟିଂ କାର୍ଯ୍ୟ କରାଯାଉନାହିଁ ବୋଲି ଏଜେଏଲ୍‌ ପକ୍ଷରୁ କୁହାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି।



from Odisha Reporter http://bit.ly/2Cs50rC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages