ଏହି ସବୁ କାମ ପାଇଁ ବି ଦରକାର ଟୁଥ୍‌ପେଷ୍ଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଏହି ସବୁ କାମ ପାଇଁ ବି ଦରକାର ଟୁଥ୍‌ପେଷ୍ଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ସାଧାରଣତଃ ଆମେ ଦାନ୍ତ ଘଷିବା ଲାଗି ଟୁଥ୍‌ପେଷ୍ଟ୍‌ ବ୍ୟବହାର କରିଥାଉ। ଏହା ଆମ ଦାନ୍ତକୁ ସଫା କରିବା ସହ ପୋକ ଲାଗିବାରୁ ଏହା ଦାନ୍ତକୁ ସୁରକ୍ଷା ମଧ୍ୟ ଦେଇଥାଏ। ଏହା ଦାନ୍ତକୁ ଶକ୍ତିଶାଳୀ କରିଥାଏ। ହେଲେ ଆପଣ ଜାଣନ୍ତି କି, ଏହି ଟୁଥ୍‌ପେଷ୍ଟକୁ ଆପଣ ଆହୁରି ଅନେକ କାମରେ ଲଗାଇ ପାରିବେ ବୋଲି? କୌଣସି ଜିନିଷକୁ ସଫା କରିବା ବା ସେଥିରୁ ଦାଗ ଛଡ଼ାଇବା ଭଳି କାମରେ ଆପଣ ଟୁଥ୍‌ପେଷ୍ଟ ମଧ୍ୟ ବ୍ୟବହାର କରିପାରିବେ।

କାନ୍ଥରୁ ଦାଗ ଦୂର କରେ:  ପ୍ରାୟ ଅନେକ ଲୋକଙ୍କ ଘରେ ପିଲାମାନେ ଖେଳୁ ଖେଳୁ ପରଦା ଓ କାନ୍ଥରେ ଚିତ୍ର କରି ଦିଅନ୍ତି କିମ୍ବା କିଛି ଦାଗ ଲଗାଇ ଦିଅନ୍ତି । ପରଦାରେ ଲାଗିଥିବା ଦାଗ ତ ଆପଣ ସଫା କରିଦେବେ, ହେଲେ କାନ୍ଥରେ ଲାଗିଥିବା ଦାଗ ସହଜରେ ଦୂର ହୋଇ ନ ଥାଏ। ଏହାକୁ ଦୂର କରିବା ପାଇଁ ଆପଣ ଟୁଥ୍‌ପେଷ୍ଟକୁ କାନ୍ଥର ଦାଗ ଲାଗିଥିବା ଜାଗାରେ ଲଗାଇ ଦିଅନ୍ତୁ, ଏବେ ଏହାକୁ ବ୍ରଶ୍‌ ଦ୍ଵାରା ଧୀରେ ଧୀରେ ଘଷନ୍ତୁ ଏବଂ ଏକ କପଡ଼ାରେ ପୋଛି ନିଅନ୍ତୁ। ଦେଖିବେ, କେମିତି କାନ୍ଥରୁ ଦାଗ ଉଭାନ୍‌ ହୋଇଯିବ।

ପୋଷାକରୁ କାଳି ଦାଗ ଛଡ଼ାଇ ଦିଏ: ଅନେକ ସମୟରେ ଆପଣଙ୍କ ମନପସନ୍ଦର ସାର୍ଟରେ କାଳି ଢ଼ାଳି ହୋଇଯାଏ। ଯେତେ ଚେଷ୍ଟା କଲେ ମଧ୍ୟ ତାହା ଛାଡ଼ି ନଥାଏ। ହେଲେ ଆପଣ ଯଦି ଏଥିରେ ଟୁଥ୍‌ପେଷ୍ଟ ଲଗାଇ ଘଷିବେ, ତେବେ ଏହା ଧୀରେ ଧୀରେ ଛାଡ଼ିଯିବ।

ବୋତଲର ଦୁର୍ଗନ୍ଧ ଦୂର କରେ: ଘରେ ପିଲାମାନଙ୍କ କ୍ଷୀର ବୋତଲ ସଫା ନ ହୋଇ ଦୀର୍ଘ ସମୟ ରହିଯିବା କାରଣରୁ ସେଥିରୁ ଦୁର୍ଗନ୍ଧ ଆସିଥାଏ। ଏହାକୁ ଦୂର କରିବା ପାଇଁ ଆପଣ ଟୁଥ୍‌ପେଷ୍ଟକୁ ବୋତଲ ଭିତରେ ପକାଇ ବ୍ରଶ୍‌ ଦ୍ଵାରା ସଫା କରିଦିଅନ୍ତୁ। ବୋତଲଟି ପୂର୍ବ ପରି ସଫା ହୋଇଯିବ।

ସ୍ମାର୍ଟ ଫୋନ୍‌ର ସ୍କ୍ରାଚ୍‌ ଦୂର କରେ: ଯଦି ଆପଣଙ୍କ ମୋବାଇଲ୍‌ ଫୋନ୍‌ର ସ୍କ୍ରିନ୍ ସ୍କ୍ରାଚ୍‌ ହୋଇଯାଇଛି, ତେବେ ଆପଣ ସ୍କ୍ରିନ୍ ଉପରେ ଟୁଥ୍‌ପେଷ୍ଟ ଲଗାଇ ଏହାକୁ ଧୀରେ ଧୀରେ ଘଷନ୍ତୁ। ଏହା ପରେ ଭଲ କପଡ଼ାରେ ତାହାକୁ ପୋଛି ଦିଅନ୍ତୁ। ଦେଖିବେ ଆପଣଙ୍କ ମୋବାଇଲ ଫୋନର ସବୁ ସ୍କ୍ରାଚ୍ ଦୂର ହୋଇଯିବ।

ସନ୍‌ଗ୍ଲାସ୍‌ ସଫା ରଖେ: ସେହିଭଳି ଯଦି ଆପଣଙ୍କ ସନ୍‌ଗ୍ଲାସ୍‌ ମଧ୍ୟ ସ୍କ୍ରାଚ୍‌ ହୋଇଯାଇଛି, ତେବେ ଏହାର କାଚ ଉପରେ କିଛି ଟୁଥ୍‌ପେଷ୍ଟ ଲଗାଇ ଧୀରେ ଧୀରେ ଘଷନ୍ତୁ। ଏହାପରେ ଏକ ସଫା ନରମ କପଡ଼ାରେ ପୋଛି ଦିଅନ୍ତୁ। ଦେଖିବେ, ଆପଣଙ୍କ ସନ୍‌ଗ୍ଲାସ ପୂର୍ବଭଳି ନୂଆ ଲାଗିବ।

ଜୋତାର ପୂର୍ବ ଚମକ ଫେରାଇ ଆଣେ: ଧଳା ବେସ୍‌ ଥିବା ଜୋତା ଶୀଘ୍ର ମଳି ହୋଇଯାଏ। ଏହାକୁ ସଫା କରିବା ଲାଗି ପାଣିର ବ୍ୟବହାର କଲେ, ଜୋତା ଶୀଘ୍ର ନଷ୍ଟ ହୋଇଯାଏ। ତେବେ ପାଣିର ବିନା ବ୍ୟବହାରରେ ଟୁଥ୍‌ପେଷ୍ଟକୁ ଜୋତାର ଲଗାଇ ଏକ ବ୍ରଶ୍‌ରେ ଘଷନ୍ତୁ ଏବଂ ପରେ ୧ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ଘଣ୍ଟାଏ ପରେ ଏକ ସଫା କପଡ଼ାରେ ପୋଛି ଦିଅନ୍ତୁ। ଦେଖିବେ ଜୋତା ଚକ୍ ଚକ୍ କରିବ।



from Odisha Reporter http://bit.ly/2VhjeD6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages