ନିମ ଗଛର ପତ୍ର, ଫୁଲ ଓ ଛେଲି, ସବୁଥିରେ ଭରି ରହିଛି ଚମତ୍କାରୀ ଔଷଧୀୟ ଗୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ନିମ ଗଛର ପତ୍ର, ଫୁଲ ଓ ଛେଲି, ସବୁଥିରେ ଭରି ରହିଛି ଚମତ୍କାରୀ ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆମେ ସମସ୍ତେ ଜାଣିଛେ ନିମ ଗଛର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ପାଟିକୁ ଖୁବ୍‌ ପିତା ଲାଗୁଥିଲେ ହେଁ ଶରୀର ପାଇଁ ଅନେକ ଉପକାରୀ। ହେଲେ କେବଳ ନିମ ପତ୍ର ନୁହଁ ଏହାର ଫୁଲ, ଛେଲି ଓ ଚେରରେ ମଧ୍ୟ ଅନେକ ଔଷଧୀୟ ଗୁଣ ଭରି ରହିଛି। ଆସନ୍ତୁ ଏହି ଔଷଧୀୟ ଗୁଣଗୁଡ଼ିକ ବିଷୟରେ ଜାଣିବା।

୧. ନିମ ପତ୍ରରେ ଡାଇବେଟିସ୍‌ ଭଲ କରିବାର କ୍ଷମତା ରହିଛି। ନିମ ଗଛର କଅଁଳ ପତ୍ରର ରସ କିମ୍ବା ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ, ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରହିଥାଏ। କଅଁଳ ନିମ ପତ୍ର କିମ୍ବା ଫୁଲକୁ ଚୋବାଇ ଖାଇଲେ, ପେଟର କୃମି ମଧ୍ୟ ଦୂର ହୁଏ।

୨. ନିମ ପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋଏସିଡ୍ ରହିଛି, ଯାହା ଶରୀରରେ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ। ତେଣୁ ନିମ ପତ୍ରକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।

୩. ନିମ ଫଳରେ ଭିଟାମିନ୍‌ ଇ’ ଓ ଫ୍ୟାଟି ଏସିଡ୍‌ ଭରପୁର ରହିଥାଏ। ଫଳରେ ଏହା ଶୁଷ୍କ ତ୍ୱଚାରେ ସୁଧାର ଆଣିଥାଏ। ଏହାସହ ନିମ ତେଲ ଶରୀରରେ ଏକ୍‌ଜିମାର ଲକ୍ଷଣ ଦୂର କରିଥାଏ।

୪.  ନିମ ତେଲରେ ଆଣ୍ଟିଫଙ୍ଗଲ ଏଜେଣ୍ଟ ଥାଏ। ତେଣୁ ଏହା ଫଙ୍ଗଲ୍‌ ଇନ୍‌ଫେକ୍ସନ୍‌ରୁ ଶରୀରକୁ ଶୀଘ୍ର ମୁକ୍ତି ଦେଇଥାଏ।

୫. ନିମ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ, ରୂପି କମିବା ସହ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଏ।

୬. ଯଦି ଆପଣଙ୍କ ମୁଣ୍ଡରେ ଉକୁଣି ହୋଇଛି ଓ ଯେତେ ଉପାୟ କଲେ ବି ସଫା ହେଉନାହିଁ, ତେବେ ନିମ ଛେଲିକୁ ପାଣିରେ ଫୁଟାଇ ଏହି ପାଣିକୁ ଅଳ୍ପ ଥଣ୍ଡା କରି ମୁଣ୍ଡ ଧୁଅନ୍ତୁ। ଦେଖିବେ ସବୁ ଉକୁଣି ମରିଯିବେ।

୭. ଆପଣଙ୍କୁ ଯଦି କାଛୁ, କୁଣ୍ଡିଆ ଓ ବଥ ପରି କିଛି ଚର୍ମ ରୋଗ ହୋଇଥାଏ, ତେବେ ନିମ ପତ୍ରକୁ ବାଟି ଦେହରେ ଲଗାନ୍ତୁ । ଏହାସହ କଞ୍ଚା ହଳଦୀ ମଧ୍ୟ ବାଟି ଲଗାଇ ପାରିବେ। ଦେଖିବେ, ଏହାଦ୍ୱାରା ସବୁପ୍ରକାରର ଚର୍ମ ରୋଗ ଦୂର ହୋଇଯିବ।

୮. ଏକ ମୁଠା ନିମ ଫୁଲକୁ ପାଣିରେ ଫୁଟାଇ ସେଥିରେ ଅଳ୍ପ ଲେମ୍ବୁ ରସ ଓ ମହୁ ମିଶାଇ ଖାଇଲେ, ଏହା ଶରୀରରେ ଜମମିଥିବା ଅତ୍ୟଧିକ ଚର୍ବିକୁ ନଷ୍ଟ କରିଥାଏ। ଫଳରେ ଶରୀରର ମୋଟାପଣ କମିଯାଏ।

 



from Odisha Reporter http://bit.ly/2AoTThG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages